ଭୁବନେଶ୍ବର: ଆଗାମୀ ବିଧାନସଭା ଅଧିବେଶନରେ କୋଭିଡ କଟକଣା କୋହଳ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଓ ଉପମୁଖ୍ୟ ସଚେତକ ସରୋଜ ମେହେର । ପ୍ରଶାନ୍ତ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ କୋଭିଡ କଟକଣା କୋହଳ କରାଯିବ l ସୁରୁଖୁରୁରେ ବିଧାନସଭା ଚାଲିବା ଉପରେ ଗୁରୁତ୍ବ ଦିଆଯିବ l ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିଛନ୍ତି l ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରାଯିବ ।
ସେହିପରି ଉପମୁଖ୍ୟ ସଚେତକ ସରୋଜ ମେହେର ମଧ୍ୟ ସମାନ କଥା କହିଛନ୍ତି । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ସମ୍ମାନ ଦେଇ ଆସିଛନ୍ତି । ସରକାରଙ୍କ ଯୋଜନା ଲୋକେ ଗ୍ରହଣ କରିଛନ୍ତି । ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ବିରୋଧୀଙ୍କ ସହଯୋଗ ନେଇ ବିଧାନସଭା ପରିଚାଳନ କରାଯିବ । ଲୋକଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା ହେବ ବୋଲି କହିଛନ୍ତି ସରୋଜ ।
ଇଟିଭି ଭାରତ, ଭୁବନେଶ୍ବର