ETV Bharat / city

ଥମୁନି ମୃତ୍ୟୁ ସଂଖ୍ୟା; ପୁଣି 17 ଜୀବନ ନେଲା କୋରୋନା

author img

By

Published : Nov 17, 2020, 11:58 AM IST

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ଲଗାମ । ପୁଣି ଭାଇରସ ନେଲା 17 ଜୀବନ । ଏଥର ସୁନ୍ଦରଗଡରେ ରହିଛି ସର୍ବାଧିକ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ପୁଣି 17 ଜୀବନ ନେଲା କୋରୋନା
ପୁଣି 17 ଜୀବନ ନେଲା କୋରୋନା

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ରୋକ୍‌ । ଦିନକରେ ପୁଣି 17 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 1560 କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରେ ବରଗଡର ଜଣେ 56 ବର୍ଷର ବ୍ୟକ୍ତି ରହିଛନ୍ତି । ଭଦ୍ରକର 55 ବର୍ଷ ପୁରୁଷ, ଭୁବନେଶ୍ବରରେ 60ବର୍ଷର ପୁରୁଷ, କଟକରେ 81 ବର୍ଷର ପୁରୁଷ, ଗଞ୍ଜାମରେ 50 ବର୍ଷର ପୁରୁଷ, ଜଗତସିଂହପୁରରେ 54 ବର୍ଷର ପୁରୁଷ ଓ 73 ବର୍ଷୀୟ ମହିଳାଙ୍କ ଜୀବନ ନେଇଛି ମହାମାରୀ ।

ସେହିପରି ପୁରୀରୁ 47 ବର୍ଷର ପୁରୁଷ, ସମ୍ବଲପୁରରେ 72 ଓ 62 ବର୍ଷର ମହିଳା କୋରୋନା ଆକ୍ରାନ୍ତଙ୍କ ସମେତ 71 ବର୍ଷର ଜଣେ ପୁରୁଷ କୋରୋନାରେ ପ୍ରାଣ ହାରିଛନ୍ତି । ସୁବର୍ଣ୍ଣପୁରରେ 70 ବର୍ଷର ପୁରୁଷ ଓ 60 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ ରେ 70 ବର୍ଷର ମହିଳା ସମେତ 56 ବର୍ଷ 76 ବର୍ଷ ଓ 71 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.