ETV Bharat / city

ଶସ୍ତା ହେଲା କୋରୋନା ପରୀକ୍ଷା, ଏବେ 100 ଟଙ୍କାରେ ଆଣ୍ଟିଜେନ ଟେଷ୍ଟ - 100 ଟଙ୍କାରେ ଆଣ୍ଟିଜେନ ଟେଷ୍ଟ

ଏଣିକି ମାତ୍ର ଶହେ ଟଙ୍କାରେ ହେବ ଆଣ୍ଟିଜେନ ପରୀକ୍ଷା। ରାଜ୍ୟର ବିଭିନ୍ନ ଘରୋଇ ଲ୍ୟାବରେ ସର୍ବଧିକ 100 ଟଙ୍କାରେ କୋରୋନା ଆଣ୍ଟିଜେନ ପରୀକ୍ଷା କରାଯିବ ।

ଶସ୍ତା ହେଲା କୋରୋନା ପରୀକ୍ଷା
ଶସ୍ତା ହେଲା କୋରୋନା ପରୀକ୍ଷା
author img

By

Published : Dec 22, 2020, 4:38 PM IST

ଭୁବନେଶ୍ବର: ରାଜ୍ୟରେ ଶସ୍ତା ହେଲା କୋରୋନା ଟେଷ୍ଟ । ଏଣିକି ମାତ୍ର ଶହେ ଟଙ୍କାରେ ହେବ ଆଣ୍ଟିଜେନ ପରୀକ୍ଷା। ରାଜ୍ୟର ବିଭିନ୍ନ ଘରୋଇ ଲ୍ୟାବରେ ସର୍ବଧିକ 100 ଟଙ୍କାରେ କୋରୋନା ଆଣ୍ଟିଜେନ ପରୀକ୍ଷା କରାଯିବ ।

ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଜୁଲାଇରେ ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 450 ଟଙ୍କା ଦର ରହିଥିବାବେଳେ ବର୍ତ୍ତମାନ ମାତ୍ର 100 ଟଙ୍କାରେ ନମୁନା ପରୀକ୍ଷା କରିବାକୁ ଫି ଧାର୍ଯ୍ୟ କରିଛି ସ୍ବାସ୍ଥ୍ୟ ବିଭାଗ ।

ଏହାକୁ ନେଇ ଘରୋଇ ହସ୍ପିଟାଲ ଅଧିକ ମୂଲ୍ୟ ଦାବି କରିପାରିବେ ନାହିଁ । ଏହିପରି ବିଜ୍ଞପ୍ତି ପ୍ରକାଶ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ରାଜ୍ୟ ଭିତରେ ଯେଉଁମାନେ ଘରୋଇ ହସ୍ପିଟାଲରେ ପରୀକ୍ଷା କରିବେ, ସେମାନେ ପରୀକ୍ଷା ପାଇଁ 100 ଟଙ୍କା ଦେବାକୁ ପଡିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.