ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ମଧ୍ୟ ଟ୍ବିନସିଟିରେ ସରକାରୀ କାର୍ଯ୍ୟାଳୟ ପାଇଁ ଆସିଲା ଗାଇଡଲାଇନ । ପୂର୍ବମାସ ଭଳି ନଭେମ୍ବର ମାସରେ ମଧ୍ୟ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
![government employees](https://etvbharatimages.akamaized.net/etvbharat/prod-images/od-bbs-3-govtoffice-avo-7205239_30102020193626_3010f_1604066786_36.png)
କୋଭିଡ କଟକଣା ଭିତରେ ନଭେମ୍ବର ମାସରେ କିଭଳି ଚାଲିବ ସରକାରୀ ଦପ୍ତର, ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ । ବିଜ୍ଞପ୍ତିରେ କୁହାଯାଇଛି, କି ପୂର୍ବମାସ ଭଳି 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟାଳୟ ।
କଟକ ଓ ଭୁବନେଶ୍ବର ପାଇଁ ଏହା ଲାଗୁ ହେବ । ତେବେ ସ୍ବାସ୍ଥ୍ୟ ବିଭାଗ, ମହାନଗର ନିଗମ ଅଫିସ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ । ଯଦି କୌଣସି କର୍ମଚାରୀଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦିଏ ତେବେ ସେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ