ETV Bharat / city

ରାଜ୍ୟ ବିକାଶକୁ ନେଇ ସୌମ୍ୟ-ନରସିଂହ ମୁହାଁମୁହିଁ

ବିଧାନସଭାର ତୃତୀୟ ଦିନରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି । ରାଜ୍ୟର ବିକାଶକୁ ନେଇ ଉଭୟ ଉଭୟଙ୍କ କଥା କାଟିଛନ୍ତି ।

author img

By

Published : Jun 27, 2019, 5:46 PM IST

Updated : Jun 27, 2019, 7:32 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଇଟିଭି ଭାରତ

ଭୁବନେଶ୍ବର: ବିଧାନସଭାର ତୃତୀୟ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଇଟିଭି ଭାରତ

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ଉଭୟ ବରିଷ୍ଠ ନେତା ଉଭୟଙ୍କ ଯୁକ୍ତିକୁ ଖଣ୍ଡନ କରିଛନ୍ତି । ଆଜି(ଗୁରୁବାର)ର ଆଲୋଚନା ସୌମ୍ୟରଞ୍ଜନ ଆରମ୍ଭ କରି କହିଥିଲେ ଯେ, ବର୍ତ୍ତମାନ ଆମ ତୁମ ଭିତରେ ରାଜନୀତି ସୀମିତ । ବିଧାନସଭାକୁ ଆମେ କେବଳ ଆଇନ କରିବାକୁ ଆସିନେ ବରଂ ଲୋକଙ୍କ ସହ ଯୋଡି ହେବାକୁ ଆସିଛେ । ରାଜ୍ୟପାଳ ସଂକ୍ଷେପରେ ଓ ସରଳରେ ତଥ୍ୟ ଓ ଆବେଗପୂର୍ଣ୍ଣ ଭାଷଣ ଦେଇଛନ୍ତି ।

ସମସ୍ତେ ଯଦି ବିକାଶ କଥା କହୁଛନ୍ତି ତେବେ ଆମ ଭିତରେ କନ୍ଦଳ କାହିଁକି ? ବିରୋଧୀଙ୍କ କାମ କଣ କେବଳ ବିରୋଧ କରିବା ? ଦଳ ବଡ ନା ମାଟି ବଡ ? ଦିନଥିଲା ଓଡିଆଙ୍କ ଦୁଇଟି ପରିଚୟ ଥିଲା ଜଗନ୍ନାଥ ଓ ଅନାହାର ମୃତ୍ୟୁ । ଏବେ କିନ୍ତୁ ଏ ପରିଚୟରୁ ମୁକ୍ତ କରିଛି । ଆମେ ସବୁ ଭୋଟ୍ କାଙ୍ଗାଳ ନେତା । କେବଳ ଦୋଷ ଠେଲି ରାଜନୀତି କରୁଛୁ । ଗରିବଙ୍କୁ ଟଙ୍କାକିଆ ଚାଉଳ ମିଳିଗଲା ବୋଲି ଭାବି ଆତ୍ମସନ୍ତୋଷ ପାଇବା କଥା ନୁହେଁ । ସବୁ ବର୍ଗର ବିକାଶ ହେବା ଦରକାର । ତେବେ ସରକାରଙ୍କ ପଦକ୍ଷେପ ସତ୍ତ୍ବେ ଆମକୁ ସ୍ବୀକାର କରିବାକୁ ପଡିବ ଯେ ପ୍ରଶାସନିକ ଅବହେଳା ରହିଛି । କେବଳ ସହର ସ୍ମାର୍ଟ ହେଲେ ହେବନି, ଗାଁକୁ ମଧ୍ୟ ସ୍ମାର୍ଟ କରିବାକୁ ପଡିବ । କେବଳ ପାଣି ବିଜୁଳି ଓ ପବନ ବା ପରିବେଶ ଯୋଗାଇ ଦେଲେ ଗାଁର ବିକାଶ ଅନେକାଂଶରେ ହେଇପାରିବ ବୋଲି ସେ କହିଥିଲେ ।

ତେବେ ସୌମ୍ୟଙ୍କ ବିକାଶର ଏ ପରିଭାଷାକୁ ଖଣ୍ଡନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଦେଶକୁ ଓ ରାଜ୍ୟକୁ 50 ବର୍ଷ ଧରି ଶାସନ କରିଛି, କିନ୍ତୁ ଓଡିଶାର ବିକାଶ ହୋଇନି ବୋଲି ସମସ୍ତେ ଅଭିଯୋଗ କରୁଛନ୍ତି । ହେଲେ ହୀରାକୁଦ ଡ୍ୟାମ, ରାଉରକେଲା ଇସ୍ପାତ କାରଖାନା, ପାରାଦୀପ ବନ୍ଦର, ରେଙ୍ଗାଲି ଡ୍ୟାମ ଏସବୁ କଂଗ୍ରେସର ଅବଦାନ । ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ ସମସ୍ତେ କଂଗ୍ରେସ ଦଳକୁ ପ୍ରତିନିଧିତ୍ବ କରୁଥିଲେ ।

ସେମାନଙ୍କ ପୁଅମାନେ ଏବେ ବିଜେଡିର ନେତା ବା ନେତୃତ୍ବ ନେଉଛନ୍ତି । ସେମାନେ କଂଗ୍ରେସ ସରକାର ରାଜ୍ୟ ବିକାଶରେ ନଥିଲା କହିବା ଅର୍ଥ, ସେମାନେ ନିଜ ନିଜ ବାପାଙ୍କୁ ନିନ୍ଦା କରିଛନ୍ତି ବୋଲି ନରସିଂହ କହିଛନ୍ତି । ଏହା ସହ ଶିକ୍ଷା, ସସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି ସବୁଠି କେନ୍ଦ୍ର ଓ ରାଜ୍ୟ ଫେଲ ହୋଇଛି ତେଣୁ ଓଡିଶା ସରକାର ଛତିଶଗଡ ଢାଞ୍ଚାକୁ ଆପଣେଇବା ଉଚିତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

ରାଜ୍ୟ ବିକାଶକୁ ନେଇ ସୌମ୍ୟ-ନରସିଂହଙ୍କ ଯୁକ୍ତି

ଭୁବନେଶ୍ୱର () ରାଜ୍ୟର ବିକାଶ ଏବଂ ବିଧାୟକଙ୍କ ଭୁମିକାକୁ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟରେ ଆଲୋଚନା ଛଳରେ କଥା କଟାକଟି ହୋଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଦୁଇ ବରିଷ୍ଠ ନେତା ନିଜନିଜ ବକ୍ତବ୍ୟରେ ଉଭୟ ଉଭୟଙ୍କ ଯୁକ୍ତିକୁ ଖଣ୍ଡନ କରିଛନ୍ତି । 

ଆଜିର ଆଲୋଚନା ସୌମ୍ୟରଂଜନ ଆରମ୍ଭ କରି କହିଥିଲେ ଯେ, ବର୍ତ୍ତମାନ ଆମ ତୁମ ଭିତରେ ରାଜନୀତି ସୀମିତ  । ବିଧାନସଭାକୁ ଆମେ କେବଳ ଆଇନ କରିବାକୁ ଆସିନେ ବରଂ ଲୋକଙ୍କ ସହ ଯୋଡି ହେବାକୁ ଆସିଛେ । ରାଜ୍ୟପାଳ ସଂକ୍ଷେପରେ ଓ ସରଳରେ ତଥ୍ୟ ଓ ଆବେଗପୂର୍ଣ୍ଣ ଭାଷଣ ଦେଇଛନ୍ତି। ସମସ୍ତେ ଯଦି ବିକାଶ କଥା କହୁଛନ୍ତି ତେବେ ଆମ ଭିତରେ କନ୍ଦଳ କାହିଁକି ? ବିରୋଧୀଙ୍କ କାମ କଣ କେବଳ ବିରୋଧ କରିବା ? ଦଳ ବଡ ନା ମାଟି ବଡ ? ଦିନଥିଲା ଓଡିଆଙ୍କ ଦୁଇଟି ପରିଚୟ ଥିଲା ଜଗନ୍ନାଥ ଓ ଅନାହାର ମୃତ୍ୟୁ । ଏବେ କିନ୍ତୁ ଏ ପରିଚୟରୁ ମୁକ୍ତ କରିଛି ।ଆମେ ସବୁ ଭୋଟ୍ କାଙ୍ଗାଳ ନେତା । କେବଳ ଦୋଷ ଠେଲି ରାଜନୀତି କରୁଛୁ  ।ଗରୀବଙ୍କୁ ଟଙ୍କାକିଆ ଚାଉଳ ମିଳିଗଲା ବୋଲି ଭାବି ଆତ୍ମସନ୍ତୋଷ ପାଇବା କଥା ନୁହେଁ । ସବୁ ବର୍ଗର ବିକାଶ ହେବା ଦରକାର । ତେବେ ସରକାରଙ୍କ ପଦକ୍ଷେପ ସତ୍ତ୍ବେ ଆମକୁ ସ୍ୱୀକାର କରିବାକୁ ପଡିବ ଯେ ପ୍ରଶାସନିକ ଅବହେଳା ରହିଛି । କେବଳ ସହର ସ୍ମାର୍ଟ ହେଲେ ହେବନି, ଗାଁକୁ ମଧ୍ୟ ସ୍ମାର୍ଟ କରିବାକୁ ପଡିବ । କେବଳ ପାଣି ବିଜୁଳି ଓ ପବନ ବା ପରିବେଶ ଯୋଗାଇ ଦେଲେ ଗାଁର ବିକାଶ ଅନେକାଂଶରେ ହେଇପାରିବ । 

ସୌମ୍ୟଙ୍କ ବିକାଶର ଏ ପରିଭାଷାକୁ ଖଣ୍ଡନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଦେଶକୁ ଓ ରାଜ୍ୟକୁ 50 ବର୍ଷ ଧରି ଶାସନ କରିଛି, କିନ୍ତୁ ଓଡ଼ିଶାର ବିକାଶ ହୋଇନି ବୋଲି ସମସ୍ତେ ଅଭିଯୋଗ କରୁଛନ୍ତି । ହେଲେ ହୀରାକୁଦ ଡ୍ୟାମ, ରାଉଲକେଲା ଇସ୍ପାତ କାରଖାନା, ପାରାଦୀପ ବନ୍ଦର, ରେଙ୍ଗାଲି ଡ୍ୟାମ ଏସବୁ କଂଗ୍ରେସର ଅବଦାନ । ବିଜୁ ପଟନାୟକ, ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ ସମସ୍ତେ କଂଗ୍ରେସ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ସେମାନଙ୍କ ପୁଅମାନେ ଏବେ ବିଜେଡିର ନେତା ବା ନେତୃତ୍ୱ ନେଉଛନ୍ତି । ସେମାନେ କଂଗ୍ରେସ ସରକାର ରାଜ୍ୟ ବିକାଶରେ ନଥିଲା କହିବା ଅର୍ଥ, ସେମାନେ ନିଜ ନିଜ ବାପାଙ୍କୁ ନିନ୍ଦା କରିଛନ୍ତି ବୋଲି ନରସିଂହ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି ସବୁଠି କେନ୍ଦ୍ର ଓ ରାଜ୍ୟ ଫେଲ ହୋଇଛି । ଓଡିଶା ସରକାର ଛତିଶଗଡ ଢାଞ୍ଚାକୁ ଆପଣେଇବା ଉଚିତ । 

ବାଇଟ - ସୌମ୍ୟ ରଞ୍ଜନ ପଟନାୟକ, ବିଜେଡି ବିଧାୟକ
ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

Bytes sent in LiveU
Last Updated : Jun 27, 2019, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.