ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରୁ ୩୦ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ରହିଛି । ଯଦି ଆରଟିଓ ଅଫିସରମାନେ ମଧ୍ୟ ଦଲାଲ ମାନଙ୍କୁ ସହଯୋଗ କରନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କେବଳ ବାହାର ଦଲାଲ ନୁହେଁ, ଭିତର ଦଲାଲଙ୍କୁ ଧରିବା ପାଇଁ କହିଛନ୍ତି ମନ୍ତ୍ରୀ ।
ଦଲାଲି କରିବାରେ, ସରକାରୀ କର୍ମଚାରୀ ଯିଏ ବି ଧରାପଡିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଲୋକଙ୍କ କାମ କର , ଦଲାଲ ସହ ଯେଉଁ ଅଫିସର ମାନେ ଏଭଳି କାର୍ଯ୍ୟ କରୁଥିବେ ସେମାନେ ମଧ୍ୟ ଦଣ୍ଡ ଭୋଗିବେ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଆରଟିଓ ଅଫିସଗୁଡ଼ିକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ