ETV Bharat / city

ଓଡିଶାରେ ଲକ୍ଷେ ଟପିଲା କୋରୋନା ସୁସ୍ଥ

author img

By

Published : Sep 8, 2020, 4:20 PM IST

ଓଡିଶାରେ ଲକ୍ଷେ ଟପିଲା କୋରୋନା ସୁସ୍ଥ ସଂଖ୍ୟା । ରାଜ୍ୟ ସରକାରଙ୍କ କୋରୋନା ମୁକାବିଲା ଯୁଦ୍ଧର ଏହା ବଡ଼ ସଫଳତା । ଅଧିକ ପଢନ୍ତୁ..

ଓଡିଶାରେ ଲକ୍ଷେ ଟପିଲା କୋରୋନା ସୁସ୍ଥ
ଓଡିଶାରେ ଲକ୍ଷେ ଟପିଲା କୋରୋନା ସୁସ୍ଥ

ହାଇଦ୍ରାବାଦ: ଓଡିଶାରେ ଲକ୍ଷେ ଟପିଲା କୋରୋନା ସୁସ୍ଥ ସଂଖ୍ୟା । ରାଜ୍ୟ ସରକାରଙ୍କ କୋରୋନା ମୁକାବିଲା ଯୁଦ୍ଧର ଏହା ବଡ଼ ସଫଳତା । ସେପଟେ ରାଜ୍ୟର ଏହି କୋରୋନାର ଖୁସି ଖବରକୁ ଟ୍ବିଟ ଯୋଗେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋଭିଡକୁ ସଫଳ ମୁକାବିଲା କରିବାରେ ଓଡିଶାର ଏହି ଶ୍ରେୟକୁ ସମସ୍ତ କୋଭିଡ ଯୋଦ୍ଧାମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟେପଟେ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଭାବରେ ବୃଦ୍ଧି ଘଟୁଛି ।

ସେପଟେ ଆଜି ରାଜ୍ୟରେ ୩୪୯୦ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.