ଭୁବନେଶ୍ବର: ସୋମବାର ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷାକୁ ନେଇ ଆଲୋଚନା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯିବ । ଭିଡିଓ କନଫରେନ୍ସିଂ ଜରିଆରେ ହେବ ଆଲୋଚନା।
ଏଥିରେ ଯୋଗଦେବେ କୁଳପତି ଓ ସ୍ବୟଂଶାସିତ କଲେଜ ଗୁଡିକର ଅଧ୍ୟକ୍ଷ। ପ୍ରକାଶଥାଉକି, ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କୌଣସି ପରିସ୍ଥିତିରେ ମଧ୍ୟ ବିନା ପରୀକ୍ଷାରେ ଡିଗ୍ରୀ ଦେବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା କରିବାକୁ UGCର ନିର୍ଦେଶ ରହିଛି ।ତେବେ କୋରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇ ପାରନ୍ତି ରାଜ୍ୟ ସରକାର।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ