ETV Bharat / city

କ୍ୟାବିନେଟ ବୈଠକରେ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ

author img

By

Published : May 21, 2021, 5:50 PM IST

Updated : May 21, 2021, 8:13 PM IST

କ୍ୟାବିନେଟର ବୈଠକରେ ଗ୍ଲୋବାଲ ଟେଣ୍ଡରିଂକୁ ଅନୁମୋଦନ

17:39 May 21

ଆରମ୍ଭ ହେଲା କ୍ୟାବିନେଟ ବୈଠକ

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ବୈଠକ । ଟିକାକୁ ନେଇ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଅଧିକ ଟିକା କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।

ଏନେଇ ଟେଣ୍ଡର ଡକ୍ୟୁମେଣ୍ଟ ଓ ଟର୍ମ ଓ କଣ୍ଡିସନରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ୨୦ ଡିଗ୍ରୀ ସେଲସିୟସରେ ବି ଟିକାକୁ ଟେଣ୍ଡର ପ୍ରକ୍ରିୟାରେ ଅନୁମତି ମିଳିଛି । ଏହି ଟିକା ୨ରୁ ୮ ଡିଗ୍ରୀ ମଧ୍ୟରେ ୧୨ ଘଣ୍ଟା ଯାଏ ରହିପାରିବ ।

ଏହାସହ ଟିକା ଦର ନିର୍ଦ୍ଧାରଣ ବେଳେ ସ୍ଵାଧୀନ ଭାବରେ ଦର କରାଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାସହ ଯେକୌଣସି କମ୍ପାନୀ ଚାହିଁଲେ ଆବଶ୍ୟକୀୟ ଟିକା ଯୋଗାଇ ପାରିବ । ପ୍ରି-ବିଡିଂ ସମୟରେ ସଂଶୋଧନ ନେଇ ହୋଇଥିଲା ଆଲୋଚନା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 21, 2021, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.