ETV Bharat / city

ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବ, 2 ବର୍ଷରେ ମାଓ ମୁକ୍ତ 5 ଜିଲ୍ଲା - ମାଓମୁକ୍ତ ଜିଲ୍ଲା

ରାଜ୍ୟ ସରକାରଙ୍କ ଗଠନ ଓ ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବରେ ଓଡିଶାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର 5ଟି ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ ଦେଖାଯାଇନାହିଁ । ଫଳରେ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକୁ ମାଓମୁକ୍ତ ଭାବରେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବ, 2 ବର୍ଷରେ 5ଟି ଜିଲ୍ଲା ମାଓମୁକ୍ତ

author img

By

Published : Jul 10, 2020, 6:39 PM IST

Updated : Jul 10, 2020, 7:57 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗଠନ ଓ ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବରେ ଓଡିଶାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର 5ଟି ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ ଦେଖାଯାଇନାହିଁ । ଫଳରେ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକୁ ମାଓମୁକ୍ତ ଭାବରେ ଘୋଷଣା କରିଛନ୍ତି । ଏନେଇ ପୁଲିସ ଡିଜି ଅଭୟ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

ଉନ୍ନୟନମୂଳକ କାର୍ଯ୍ୟର ପ୍ରଭାବ, 2 ବର୍ଷରେ 5ଟି ଜିଲ୍ଲା ମାଓମୁକ୍ତ

ରାଜ୍ୟର ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ମାଓ ଉପଦ୍ରବ ଦେଖାଯାଇନାହିଁ । ଅନ୍ୟପକ୍ଷରେ ଗତ 2018 ମସିହାରେ ରାଜ୍ୟର 6ଟି ଜିଲ୍ଲା ମାଓମୁକ୍ତ ଘୋଷିତ ହୋଇଥିଲା । ଏଥିରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଭଳି ୬ଟି ଜିଲ୍ଲା ସାମିଲ ହୋଇଥିଲା ।

ସମ୍ବଲପୁରରେ ୫ ବର୍ଷ ବ୍ୟବଧାନରେ ମାଓବାଦୀଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରାଯାଇନାହିଁ । ଶେଷଥର 2015 ମସିହାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦେଖାଯାଇଥିଲା । ସେହିପରି ନୟାଗଡରେ ମଧ୍ୟ 2017ରୁ କୌଣସି ମାଓ ଅପରେସନ ହୋଇନାହିଁ । ସେହିପରି ଅନୁଗୁଳ, ଦେବଗଡ, ବୌଦ୍ଧ ଜିଲ୍ଲାରେ ମଧ୍ୟ ଅନୁରୂପ ପରିସ୍ଥିତି ରହିଛି ।

ରାଜ୍ୟ ସରକାରଙ୍କ ଥଇଥାନ ଓ ପ୍ରୋତ୍ସାହନ ପ୍ରକ୍ରିୟାରେ ଅନେକ ମାଓବାଦୀ ସମାଜର ମୁଖ୍ୟ ସ୍ରୋତକୁ ଫେରୁଥିବା ଦେଖିବାକୁ ମିଳିଛି । ଯାହା ଦ୍ବାରା ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଉଥିବା ଜଣାପଡିଛି । 2019 ମସିହାରେ 13 ଜଣ ମାଓବାସୀ ଆତ୍ମସମର୍ପଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 17 ଜଣ ଆତ୍ମସମର୍ପଣ କରିଥିଲା ଜଣାପଡିଛି । ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାର ପ୍ରୟାସ ତଥା ସମ୍ପୃକ୍ତ ଅଞ୍ଚଳରେ ଦ୍ରୁତ ବିକାଶ ଯୋଗୁ ସେମାନେ ଲାଲ ବାହିନୀରୁ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ମଧ୍ୟ ଅନେକ ଜିଲ୍ଲା ମାଓବାଦୀଙ୍କ କବଳରୁ ମୁକ୍ତ ହେବ ବୋଲି ପୁଲିସ ଡିଜି ଅଭୟ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

ରାଜ୍ୟରେ 1998ବ୍ୟାଚ ଆଇପିଏସ ଅଫିସର ଅମିତାଭ ଠାକୁର ଆଇଜି ଅପରେସନ ଭାବରେ ଯୋଗଦେବାପରେ ମାଓବାଦୀଙ୍କ ବିରୋଧରେ କଡ଼ା ରଣନୀତି ଆପଣାଇଛନ୍ତି । ବିଭିନ୍ନ ମାଓ ଅଧ୍ୟୁଷିତ ଜିଲ୍ଲା ଯଥା- ମାଲକାନାଗିରି, ଫୁଲବାଣୀ ଆଦି ଜିଲ୍ଲାରେ ପୋଲିସ ବାହିନୀ ସକ୍ରିୟ ହେବା ସହ ଗୁଇନ୍ଦା ଆଧାରରେ ଜୋରଦାର କୁମ୍ବିଂ ଅପରେସନ ଜାରି ରହିଛି ।

ଗତ ଫେବୃଆରୀ ମାସରେ ମାଲକାନଗିରିର ଜୋଡାଆମ୍ବ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ ହୋଇଥିଲା । ଯେଉଁଠାରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଥିଲା । ସେହିପରି ଚଳିତ ମାସରେ କନ୍ଧମାଳରେ ଏକ ବଡ଼ ଧରଣର ଅପରେସନ କରିଥିଲା ଓଡ଼ିଶା ପୁଲିସ । ଯେଉଁଥିରେ ସିର୍ଲା ଜଙ୍ଗଲରେ ୫ ଜଣ ମାଓବାଦୀ ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ ।

ବର୍ତ୍ତମାନ ରାଜ୍ୟର 10ଟି ଜିଲ୍ଲା ମାଓ ପ୍ରବଣ ରହିଛି । ଏହାମଧ୍ୟରେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ ସାମିଲ ରହିଛି । ମାଓବାଦୀ ସକ୍ରିୟ ଜିଲ୍ଲାମାନଙ୍କରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ପୋଲିସ ଉପସ୍ଥିତ ରହି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ଖୁବ ଶୀଘ୍ର ସେହି ଅଞ୍ଚଳ ମଧ୍ୟ ମାଓବାଦୀମୁକ୍ତ ହେବେ ବୋଲି ପୋଲିସ ଡିଜି ଅଭୟ ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Jul 10, 2020, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.