ଭୁବନେଶ୍ବର: ଘାରିଛି ଫେରନ୍ତା ଶ୍ରମିକଙ୍କ ଚିନ୍ତା । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନକଙ୍କ ସହିତ କଥା ହୋଇଛନ୍ତି। ରାଜ୍ୟକୁ ଫେରୁଥିବା ଶ୍ରମିକ ମାନେ ଯେମିତି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। NFSA /SFSA ରାସନ କାର୍ଡ ଥାଉ କି ନ ଥାଉ ସେମାନଙ୍କୁ ରାସନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଫେରିଥିବା ଶ୍ରମିକ ମାନେ ଗାଁରେ କ୍ଵରାଣ୍ଟଇନ ରହିବ ପାଇଁ ସମସ୍ତ ସୁବିଧାକୁ ପ୍ରାଥମିକତା ଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହିତ ଫେରାନ୍ତାକୁ ଆଖିଆଗରେ ରଖି କରୋନା ନମୁନା ପରୀକ୍ଷା ବଢ଼େଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ICMR ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ସହିତ ନମୁନା ପରୀକ୍ଷା ୧୫ହଜାରକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି ।
ସେହିପରି ନରେଗାକୁ ଲକ୍ଷ୍ୟ ଭିତିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନରେଗା ଜରିଆରେ ଦିନକୁ ୧୦ଲକ୍ଷ ମାନବ ସମ୍ବଳ ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି । ଵର୍ତମାନ ୫ଲକ୍ଷ ମାନବ ସମ୍ବଳ ସୃଷ୍ଟି ହେଉଛି । ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମ ଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ