ETV Bharat / city

5 ଦିନ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି - Imd

ପାଞ୍ଚ ଦିନଧରି ରାଜ୍ୟରେ ଲାଗି ରହିବ ଘଡଘଡି ସହ ଘନ କୁହୁଡି । ଯାହାକୁ ନେଇ ପାଣିପାଗ ବିଭାଗ ସହ ସରକାର ଜାରି କଲେ ସତର୍କତା ନିର୍ଦ୍ଦେଶାବଳୀ ।

PHOTO
PHOTO
author img

By

Published : Jan 8, 2020, 11:17 PM IST

ଭୁବନେଶ୍ବର: ଆସନ୍ତା ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି , ଘଡଘଡି , ଘନ କୁହୁଡି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଏହାସହ ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି , ଘଡଘଡି ବର୍ଷା ଓ ଘନ କୁହୁଡି ନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦେଶନାମା ଜାରି କରାଯାଇଛି।

PHOTO
ରାଜ୍ୟରେ ଘଡଘଡି ସହ ବିଜୁଳି ବର୍ଷା ନେଇ ଆଶଙ୍କା

ସୂଚନା ଅନୁସାରେ ଜାନୁଆରୀ ୯ ତାରିଖ ପାଇଁ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡା, ସମ୍ବଲପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ମାରିପାରେ । ସେନେଇ ୟେଲୋ ସଂପୃକ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ସେହିପରି ୧୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବିଜୁଳି ମାରିପାରେ । ୧୧ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବ ।

PHOTO
ୟେଲୋ ୱାର୍ନିଙ୍ଗ ଜାରି

ସେହିପରି ୧୨ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା , ଭଦ୍ରକ, ଯାଜପୁର ଏବଂ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଘନ କୁହୁଡି ଦେଖାଦେଇପାରେ । ଅନ୍ୟପଟେ ୧୩ ତାରିଖରେ ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ , ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ଘନ କୁହୁଡି ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେବାସହ ସମସ୍ତ ଜିଲ୍ଲ୍ଲାପାଇଁ ସଂପୃକ୍ତ ଦିନ ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ଏହାସହ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ଘନ କୁହୁଡି ହେବ। ଚାଷୀମାନଙ୍କୁ ଢିପ ସ୍ଥାନ ବା ଧାନ ଖଳାରେ ତମ୍ବୁ ଦ୍ବାର ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଛି। ଧାନ ମଣ୍ଡିରେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ବାସହରା ଏବଂ ଗରିବ ଲୋକଙ୍କ ପାଇଁ ଥଣ୍ଡାରୁ ରକ୍ଷା କରିବା ପାଇଁ ରାତି ସମୟରେ ସ୍କୁଲ ଘର ଖୋଲା ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସତର୍କତା

Body:ଆସନ୍ତା ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ,ଘଡଘଡି ,ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ ଜାରି।ଆସନ୍ତା ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ,ଘଡଘଡି ବର୍ଷା ଓ ଘନ କୁହୁଡି ନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦେଶନାମା ଜାରି କରାଯାଇଛି।

ଜାନୁଆରୀ ୯ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼,ନୂଆପଡା, ସମ୍ବଲପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ମାରିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେହିପରି ୧୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ,ବୌଦ୍ଧ, ସୋନପୁର, ଅନୁଗୁଳ,ଢେଙ୍କାନାଳ, କେଓଁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବିଜୁଳି ମରିବ ବୋଲି ୱାର୍ନିଙ୍ଗ ଜାରିକରାଯାଇଛି।୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଅନୁଗୁଳ,କେଓଁଝର, ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବ ବୋଲି ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।ସେହିପରି ୧୨ ତାରିଖରେ ସୁନ୍ଦରଗଡ, କେଓଁଝର,ମୟୁରଭଞ୍ଜ, ଅନୁଗୁଳ,ଢେଙ୍କାନାଳ, କଟକ,ଖୋର୍ଦ୍ଧା ,ଭଦ୍ରକ,ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାରେ ଘନ କୁହୁଡି ଦେଖା ଦେବ ଏବଂ ୧୩ ତାରିଖରେ ଅନୁଗୁଳ,ସୋନପୁର,ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ ,ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ।ତାପରେ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ତଳକୁ ଖସିବ ।ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ଘନ କୁହୁଡି ହେବ।ଚାଷୀମାନଙ୍କୁ ଢ଼ିପ ସ୍ଥାନ ବା ଧାନ ଖଳାରେ ତମ୍ବୁ ଦ୍ବାର ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଛି।ଧାନ ମଣ୍ଡିରେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।ବାସ ହରା ଏବଂ ଗରିବ ଲୋକଙ୍କ ପାଇଁ ଥଣ୍ଡାରୁ ରକ୍ଷା କରିବା ପାଇଁ ରାତି ସମୟରେ ସ୍କୁଲ ଘର ଖୋଲା ରଖିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦିଆଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.