ETV Bharat / city

ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ, ଭୁବନେଶ୍ୱରରୁ ବ୍ୟବସାୟୀ ଗିରଫ - ଢେଙ୍କାନାଳରୁ ଚୋରା ମଦ ଜବତ

ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ । ଭୁବନେଶ୍ୱରରୁ ଗିରଫ ହେଲା ବ୍ୟବସାୟୀ । ଅଧିକ ପଢନ୍ତୁ

ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ, ଭୁବନେଶ୍ୱରରୁ ବ୍ୟବସାୟୀ ଗିରଫ

author img

By

Published : Mar 13, 2022, 9:21 AM IST

Updated : Mar 13, 2022, 9:36 AM IST

ଭୁବନେଶ୍ବର: ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ । ଏକ ୧୬ ଚକିଆ ଟ୍ରକରେ ଅରୁଣାଚଳ ପ୍ରଦେଶରୁ ଏହି ମଦ ଓଡିଶା ଆସିଥିଲା । ଆଗକୁ ପୌର ନିର୍ବାଚନ ଥିବାରୁ ଭଲ ଲାଭ ଆଶାରେ ବ୍ୟବସାୟୀ ରାଜ୍ୟ ବାହାରରୁ ଏହି ମଦ ଶସ୍ତାରେ ଆଣିଥିଲେ ଏବଂ ନିର୍ବାଚନ ସମୟରେ ବିକ୍ରି ପ୍ଲାନ କରିଥିଲେ । ଖବର ପାଇ ମଦଗୁଡିକୁ ଜବତ କରିଛି ଅବକାରୀ ବିଭାଗ ଟିମ୍ । ଢେଙ୍କାନାଳରୁ ମଦ ବୋଝେଇ ଟ୍ରକ ଜବତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରୁ ଅଭିଯୁକ୍ତ ବ୍ୟବସାୟୀ ଗିରଫ ହୋଇଛି ।

ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ, ଭୁବନେଶ୍ୱରରୁ ବ୍ୟବସାୟୀ ଗିରଫ
ଢେଙ୍କାନାଳରୁ ୨ କୋଟି ଟଙ୍କାର ଚୋରା ମଦ ଜବତ, ଭୁବନେଶ୍ୱରରୁ ବ୍ୟବସାୟୀ ଗିରଫ

ଅଭିଯୁକ୍ତ ମଦ ବ୍ୟବସାୟୀ ହେଉଛି ଜଗମୋହନ ସାହୁ ଓରଫ ରାଜକୁମାର । ସେ ରାଜ୍ୟ ବାହାରୁ ଶସ୍ତାରେ ମଦ କିଣି ଓଡିଶାରେ ମହଙ୍ଗା ଦରରେ ବିକୁଥିଲା । କଟକ, ଭୁବନେଶ୍ୱର, ଢେଙ୍କାନାଳ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଓ ଅବକାରୀ ଗୁଇନ୍ଦା ଟିମ୍ ତାକୁ ଗିରଫ କରିଛି ।

ସୁଚନା ମୁତାବକ, ବ୍ୟବସାୟୀ ଅରୁଣାଚଳ ପ୍ରଦେଶରରୁ ନନପେଡ ଡ୍ୟୁଟି ଟ୍ୟାକ୍ସ ନଥିବା ମଦ ଶସ୍ତାରେ କିଣି ଓଡିଶାରେ ମହଙ୍ଗା ଦରରେ ବିକ୍ରି କରୁଥିଲେ । ଆନ୍ତଃରାଜ୍ୟ ମଦ ମାଫିଆ ଏହି ଚୋରା ମଦ ବ୍ୟବସାୟ ଚଳାଇଥିଲେ । ଅରୁଣାଚଳ ପ୍ରଦେଶରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ମଦର ମୂଲ୍ୟ ସେ ଓଡିଶା ବଜାରରେ ୧୪୦ ଟଙ୍କାରେ ବିକ୍ରି କରୁଥିଲେ । ସେହି ହିସାବରେ ପୌରକୁ ନିର୍ବାଚନ ଦୃଷ୍ଟିରେ ରଖି ଲାଭ ଆଶାରେ ବ୍ୟବସାୟୀ ଜଗମୋହନ ଅରୁଣାଚଳ ପ୍ରଦେଶରୁ ୧୬ ଚକିଆ ଟ୍ରକରେ ୮୦ଲକ୍ଷ( ଅରୁଣାଚଳ ପ୍ରଦେଶର ଦାମ୍ ଅନୁସାରେ) ମଦ ଆଣିଥିଲା । ଧରା ନ ପଡିବା ପାଇଁ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଟ୍ରକର ଉପର ଭାଗରେ କିଛି ପାଣି ମେସିନର ଫିଟିଙ୍ଗ କରି ଭିତରେ ଚୋରା ମଦ ଲୁଚାଇ ଆଣୁଥିଲା । ଏନେଇ ଖବର ପାଇବା ପରେ ଢେଙ୍କାନାଳ ଠାରେ ମିଳିତ ଅବକାରି ଟିମ୍ ମଦ ବୋଝେଇ ଟ୍ରକକୁ ଜବତ କରିଥିଲା । ଜବତ ମଦର ଦାମ୍ ଓଡିଶା ବଜାର ଦର ହିସାବରେ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।

ଚୋର ମଦ ବ୍ୟବସାୟ ପଛର ମାଷ୍ଟର ମାଇଣ୍ଡ ଜଗମୋହନ ସାହୁ ନୂଆଗାଁ ଭୁବନେଶ୍ୱରରେ ରହି ଏସବୁ କାରବାର କରୁଥିବା ଅବକାରୀ ଟିମ୍ ଖବର ପାଇଥିଲା । ଏନେଇ ରେଡ୍ ବେଳେ ତା' ଘରୁ ୯ ଲକ୍ଷ ୬୯ ହଜାର ଟଙ୍କା ସହ ଗୋଟିଏ କାର ମଧ୍ୟ ଜବତ କରିଛି ଟିମ୍ । ଅଭିଯୁକ୍ତ ଅରୁଣାଚଳ ପ୍ରଦେଶରେ ନନଡ୍ୟୁଟି ପେଡ୍ ଟ୍ୟାକ୍ସ ଥିବା ମଦକୁ କିଛି ଦଲାଲଙ୍କ ଜରିଆରେ କମ୍ ଟଙ୍କାରେ କିଣି ପଶ୍ଚିମବଙ୍ଗ, ବାଲେଶ୍ବର ଦେଇ ଓଡିଶା ଆଣୁଥିଲା । ପରେ ଓଡିଶା ସମେତ ବିହାର ଓ ଛତିଶଗଡ଼କୁ ଟ୍ରାସପୋର୍ଟ କରୁଥିଲା ।

ଜଗମୋହନ ସାହୁ ଘର ଗୁଡିଆ କାଟେଣି ବୋଲି ଜଣାପଡିଛି । ତା' ପରିବାର ଲୋକେ ବିଭିନ୍ନ ମଦ ଦୋକାନରେ କାମ କରିବା ସହ ନିଶା ବେପାର କରୁଥିବା ଅବକାରି ଟିମ୍ ଜାଣିବାକୁ ପାଇଛି । ଏତେ ମାତ୍ରାରେ ଏହି ମଦ ଜବତ ଘଟଣା ଅବକାରୀ ଇତିହାସରେ ପ୍ରଥମ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 13, 2022, 9:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.