ETV Bharat / city

ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI - ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ

ରାଜ୍ୟରେ ଗୋଟିଏ କି ଦୁଇଟି ନୁହେଁ 12ଟି ଐତିହ୍ୟପୂର୍ଣ୍ଣ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଏଏସଆଇ । ଅଧିକ ପଢନ୍ତୁ

ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI

author img

By

Published : May 29, 2022, 7:40 AM IST

ଭୁବନେଶ୍ବର: ରାଜ୍ୟରେ ଗୋଟିଏ କି ଦୁଇଟି ନୁହେଁ 12ଟି ଐତିହ୍ୟପୂର୍ଣ୍ଣ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ କାର୍ଯ୍ୟ । କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନୁହେଁ ରାଜ୍ୟରେ 12ଟି ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ । ଐତିହ୍ୟ ନିକଟରେ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଏଏସଆଇ(ASI) । ଏଏସଆଇର ବିନା ଅନୁମତିରେ ଏ ସବୁ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି ।

ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI
ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI
ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI
ରାଜ୍ୟର 12 ଐତିହ୍ୟ ସ୍ଥାନରେ ଚାଲିଛି ବେଆଇନ ନିର୍ମାଣ, ପ୍ରଶ୍ନ ଉଠାଇଲା ASI

ରାଜଧାନୀ ଭୁବନେଶ୍ବରରେ ବେଆଇନ ଭାବେ ଚାଲିଛି ଐତିହ୍ୟ ସ୍ଥାନ ନିକଟରେ ନିର୍ମାଣ କାର୍ଯ୍ୟ । ନିର୍ମାଣ କାର୍ଯ୍ୟର ଦାୟିତ୍ବ ନେଇଛନ୍ତି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରୀୟ ସଂସ୍ଥା । ଭୁବନେଶ୍ବରରେ 3ଟି, କଟକରେ 2ଟି, ଯାଜପୁରରେ 3ଟି, ପୁରୀରେ 3ଟି ଓ ଢେଙ୍କାନାଳରେ ଗୋଟିଏ ସ୍ଥାନରେ ଚାଲିଛି କାର୍ଯ୍ୟ । ମୁକ୍ତେଶ୍ଵର ମନ୍ଦିରର ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ ।

ଭୁବନେଶ୍ବରର ଶାରି ଦେଉଳରେ ବେଆଇନ ନିର୍ମାଣ କାର୍ଯ୍ୟ କରୁଛି ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକସନ୍‌ କର୍ପୋରେସନ ଲିମିଟେଡ୍‌(ଓବିସିସି) । ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ନିକଟରେ ନିର୍ମାଣ ଚାଲିଛି ଡ୍ରେନେଜ ବ୍ୟବସ୍ଥା । ସେହିପରି ବାରବାଟୀ ଦୁର୍ଗର ନିଷିଦ୍ଧାଞ୍ଚଳରେ ନିର୍ମାଣ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଯାହାର ନିର୍ମାଣ ଦାୟିତ୍ବ ନେଇଛି କଟକ ମହାନଗର ନିଗମ । ଯାଜପୁର ଟାଉନରେ ବୌଦ୍ଧ ପୀଠରେ ରାସ୍ତା ଚଉଡା ସହ ଡ୍ରେନେଜ କାର୍ଯ୍ୟ ଚାଲିଛି ।

ଯାଜପୁର ଉଦୟଗିରିରେ ବଡ଼ଚଣା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ଚାଲିଛି ନିର୍ମାଣ କାର୍ଯ୍ୟ । ଯାଜପୁର ଅଠର ନଳା ନିକଟରେ ନିର୍ମାଣଧୀନ ଅଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସାଙ୍ଗକୁ ଡ୍ରେନ କାର୍ଯ୍ୟ । କଟକର ସିମହନ୍ଥ ମନ୍ଦିରର ନିଷିଦ୍ଧାଞ୍ଚଳର ଚାଲିଛି ମହାନଦୀ ଉପରେ ବ୍ରିଜ । କପିଳାସରେ ନିର୍ମାଣାଧୀନ ଅଛି ବିଲ୍ଡିଂ କାର୍ଯ୍ୟ । ସେହିପରି କୋଣାର୍କରେ ବେଆଇନ ଭାବେ ବିଲ୍ଡିଂ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଙ୍ଗକୁ ମେଘନାଦ ପ୍ରାଚେରୀ କଡ଼ରେ ଚାଲିଛି ନିର୍ମାଣ କାର୍ଯ୍ୟ । ସେହିପରି ଅଠର ନଳା ନିକଟରେ ପୁରୀ ପ୍ରଶାସନ ପକ୍ଷରୁ ଗରୁଡ଼ ଷ୍ଟାଚ୍ୟୁ ନିର୍ମାଣ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.