ETV Bharat / city

27ରୁ ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପର ଶୁଭାରମ୍ଭ - ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପର ଶୁଭାରମ୍ଭ

ମେ’ 27 ତାରିଖରୁ ଆରମ୍ଭ ହେବ IIG ସ୍ପୋର୍ଟସ୍ ଏକାଡେମୀର ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପ । ଏହି ଇଭେଣ୍ଟରେ ତିନୋଟି ବର୍ଗରେ ଖେଳାଯିବ । ଅଧିକ ପଢ଼ନ୍ତୁ

27ରୁ ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପର ଶୁଭାରମ୍ଭ

author img

By

Published : May 26, 2022, 9:46 PM IST

ଭୁବନେଶ୍ବର: ମେ’ 27 ତାରିଖରୁ ଆରମ୍ଭ ହେବ IIG ସ୍ପୋର୍ଟସ୍ ଏକାଡେମୀର ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପ । ଓଡିଶା ଟେନିସ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ IIG ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ KT ଗ୍ଲୋବାଲ୍ ସ୍କୁଲ୍ ପରିସରରେ ମେ 27ରୁ 29 ତାରିଖ ପର୍ଯ୍ୟନ୍ତ ଓପନ୍ ଟେନିସ୍ ଜୁନିଅର୍ ଚମ୍ପିଆନସିପ୍ ଆୟୋଜନ ହେବାକୁ ଯାଉଛି । KT ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚମ୍ପିଆନସିପ୍ ନାଁରେ ଏହି ପ୍ରତିଯୋଗିତା ଖେଳାଯିବ ।

27ରୁ ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପର ଶୁଭାରମ୍ଭ

IIG ସ୍ପୋର୍ଟସ୍ ଏକାଡେମୀର ଜୁନିଅର୍ ଓପନ ଟେନିସ୍ ଚମ୍ପିଆନସିପରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ଇଭେଣ୍ଟରେ ତିନୋଟି ବର୍ଗରେ ଖେଳାଯିବ ।ବାଳକ U-12, ବାଳିକା U-16 ଏବଂ ବାଳକ U-16 ବିଭାଗର ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବେ । ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ।

ଟେନିସ ସହ ଖେଳାଳିଙ୍କୁ ଯୋଡ଼ିବା ପାଇଁ IIG ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି । ଏହି ପ୍ରତିଯୋଗିତାରେ ଖେଳାଳିଙ୍କୁ ଉତ୍ସାହିତା କରିବା ପାଇଁ କ୍ୱାର୍ଟରଫାଇନାଲିଷ୍ଟ୍ ଓ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ଟ୍ରଫି ସହ ପୁରୁସ୍କାର ପ୍ରଦାନ କରାଯିବ । ଏହି ଇଭେଣ୍ଟରେ ଟେନିସ୍ ପ୍ରତି ଉତ୍ସାହିତ କରିବା ପାଇଁ ଉଭୟ ବାଳକ ଏବଂ ବାଳିକାଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ । ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ 100ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ K.T ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚାମ୍ପିଅନସିପ୍ ପାଇଁ ପଞ୍ଜୀକୃତ କରିସାରିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.