ETV Bharat / city

ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ନହେଲେ ଆଗକୁ ବ୍ୟାପକ ହେବ ପରିସ୍ଥିତି: ସ୍ବାସ୍ଥ୍ୟ ବିଶେଷଜ୍ଞ - Corona virus

କୋରୋନା ସଂକ୍ରମଣ ହାର ବିଭିନ୍ନ ରାଜ୍ୟରେ ତଳମୁହାଁ ହେଉଥିବା ବେଳେ ପୁଣି କୋରୋନାର ତୃତୀୟ ଲହର ଆସିବା ନେଇ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

3ୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ନହେଲେ ଆଗକୁ ବ୍ୟାପକ ହେବ ପରିସ୍ଥିତି: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jun 20, 2021, 7:47 PM IST

ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଗୁଆ ସତର୍କ ରହିବା ଆବଶ୍ୟକ । ରାଜ୍ୟକୁ ଆସିପାରେ ତୃତୀୟ ଲହର। ଏବେଠାରୁ ପ୍ରସ୍ତୁତ କରିବାକୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ତେବେ ତୃତୀୟ ଲହର ରାଜ୍ୟକୁ କେଉଁ ମୁହୂର୍ତ୍ତରେ ମଧ୍ୟ ଆସିପାରିବ । କରୋନା ମହାମାରୀ ଠାରୁ ଦୁରେଇ ରହିବା ପାଇଁ ସମସ୍ତ କଟକଣାକୁ ମାନିବା । ଟୀକାକରଣକୁ ଦ୍ରୁତ ଗତିରେ ତ୍ୱରାନ୍ୱିତ କରିବାକୁ ପଡିବ । ଟେଷ୍ଟିଂକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ପଡିବ ।

3ୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ନହେଲେ ଆଗକୁ ବ୍ୟାପକ ହେବ ପରିସ୍ଥିତି: ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆ ନୂଆ ଭାଇରସ ଚିହ୍ନଟ ହେଲେ ଲୋକାଲ ଅଞ୍ଚଳରେ କଣ୍ଟେଟମେଣ୍ଟ ଜୋନ କରିବା ଆବଶ୍ୟକ । ମହାରଷ୍ଟ୍ରରେ ଆଗେ ଆରମ୍ଭ ହେଲେ 2ରୁ 3 ସପ୍ତାହ ପରେ ରାଜ୍ୟରେ ଆରମ୍ଭ ହୋଇଯିବ । ତେବେ ରାଜ୍ୟରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅଗଷ୍ଟ ଓ ଅକ୍ଟୋବର ତୃତୀୟ ଲହର ଆସିବା ବୋଲି ଅନୁମାନ କରୁଛନ୍ତି ।

ଅନ୍ୟପଟେ କୋରୋନା ମହମାରୀର ତୃତୀୟ ଲହର କେତେ ସାଙ୍ଘାତିକ ହେବ ଓ ଏହାର ପରିଣାମ କଣ ହେବ ତାହା ଲୋକଙ୍କ ଉପରେ ନିର୍ଭର କରେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ଆମେ ଅନେକ କିଛି ଶିଖିଛେ। କିନ୍ତୁ ଏଥିସହ ସେ କରୋନା ଟୀକାକରଣ ଓ ମାଇକ୍ରୋ କଣ୍ଟେଟମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.