ETV Bharat / city

ଆଇକନିକ ଟୁରିଜିମ କ୍ଷେତ୍ର: ବିଜେଡି-କଂଗ୍ରେସ ଏକ, ସ୍ବର ବଦଳାଇଲା ବିଜେପି

ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ରର ଝଟ୍‌କା । କେନ୍ଦ୍ର ସରକାରଙ୍କ 17ଟି ଆଇକନିକ୍ ସାଇଟରେ ସ୍ଥାନ ପାଇନି ଓଡିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ । ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛି ଶାସକ ବିଜେଡି ।

author img

By

Published : Jul 12, 2019, 10:06 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ପୁଣି ଓଡିଶାକୁ କେନ୍ଦ୍ରର ଅବହେଳା । ଏଥର ପର୍ଯ୍ୟଟନ କ୍ଷେତ୍ରରେ ଅବହେଳାର ଶିକାର ହୋଇଛି ଓଡିଶା । କେନ୍ଦ୍ର ସରକାରଙ୍କ 17ଟି ଆଇକନିକ୍ ସାଇଟରେ ଓଡିଶାରେ ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇନି । ଯାହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ବିଜେଡି ଓ କଂଗ୍ରସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ଓଡିଶାର ଗୋଟିଏ ବି ସ୍ଥାନ ଆଇକନିକ ସାଇଟରେ ସ୍ଥାନ ନ ପାଇବାରୁ ସବୁ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଜଗନ୍ନାଥ ଧାମ ପୁରୀକୁ ମଧ୍ୟ ଏହି ସାଇଟରେ ସ୍ଥାନ ନ ପାଇବା ଅତ୍ୟନ୍ତ ର୍ଦୁଭାଗ୍ୟର ବିଷୟ । ଏନେଇ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଧାୟକ ପ୍ରଦୀପ ମହାରଥି । ବିରୋଧି କଂଗ୍ରେସ ମଧ୍ୟ ସ୍ବର ମିଳାଇଛନ୍ତି ।

ଏପଟେ କିନ୍ତୁ ଏହି ପ୍ରସଙ୍ଗରେ ଅଲଗା ଯୁକ୍ତି ବାଢିଛି ବିଜେପି । ଦଳର ବରିଷ୍ଠ ବିଧାୟକ ଜୟନାରାଣ ମିଶ୍ର କହିଛନ୍ତି, ଏହାକୁ କେନ୍ଦ୍ର ଅବହେଳା କୁହାଯିବ ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ତ୍ରୃଟି ରହିଲା। ସେମାନେ କେନ୍ଦ୍ରକୁ ଚାପ ପକାଇପାରିଲେ ନାହିଁ। ଫଳରେ ଓଡିଶା ବଞ୍ଚିତ ହେଲା। ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ଅନେକ ପର୍ଯ୍ୟଟନ ସ୍ଥାନକୁ ଗୁରୁତ୍ୱ ଦେଉନାହାଁନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି। ଅତି କମ୍‌ରେ ଓଡ଼ିଶାର ଦୁଇଟି ସ୍ଥାନକୁ ଏଥିରେ ସାମିଲ କାରିବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଟକ: ହରିବୋଲ ହୁଳହୁଳି ରେ କମ୍ପୁଛି ସିଲଭରସିଟି । କାରଣ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା । ଆଜି ଘର ବାହୁଡ଼ିଛନ୍ତି ହଟିଆ ଠାକୁର । ନ ଦିନ ମାଉସୀ ମା ଘରେ ରହିଲା ପରେ ଆଜି ନିଜ ଘରକୁ ଫେରିଛନ୍ତି ସେ ବିଶ୍ୱ ନିୟନ୍ତା କାଳିଆ ଠାକୁର । ବେଶ ଆଡ଼ମ୍ବର ଓ ଭକ୍ତିମୟ ପରିବେଶ ସିଲଭରସିଟି ରେ ପାଳନ କରାଯାଇଛି ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ।

Body:ଏହି ଯାତ୍ରା କୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଟିକେ ଜଗା କୁ ଛୁଇଁବା ପାଇଁ ବ୍ୟାକୁଳ ହେଉଛି ଭକ୍ତଙ୍କ ମନ । କାରଣ ଆଉ ବର୍ଷେ ପରେ ଜଗା ଆସିବ ଭକ୍ତ ର ଘରକୁ । ସେଇଥିପାଇଁ ଏହି ସୁଯୋଗ ରୁ ବଂଚିତ ହେବକୁ ଚାହିଁବେ ନାହିଁ ।

Conclusion:ଅନ୍ୟପଟେ ଜଗା କୁ ଦେଖିବା ପାଇଁ ମନ୍ଦିର ପରିସର ରେ ଜଗା କୁ ଅପେକ୍ଷା କରିଛନ୍ତି ଭକ୍ତ । କାରଣ ସେହି ରତ୍ନସିଂହାସନ ରେ ଜଗା କୁ ଦେଖିଲେ ନିଜ ମନ କୁ ଏକ ଚିର ଶାନ୍ତି ପ୍ରଦାନ ହେବ ବୋଲି ଭକ୍ତ କହିଛନ୍ତି ।

ବାଇଟ: ଜଗନାଥ କମିଟି ସଦସ୍ୟ
ବାଇଟ: ପୂଜକ
ବାଇଟ: ଭକ୍ତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.