ETV Bharat / city

ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜରଙ୍କ କ୍ଷତାକ୍ତ ମୃତଦେହ, ପୋଲିସର ବଢୁଛି ସନ୍ଦେହ - ଭୁବନେଶ୍ବର ଖବର

ରାଜଧାନୀ ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ। କ୍ଷତାକ୍ତ ଅବସ୍ଥାରେ ଟ୍ରାକରୁ ଉଦ୍ଧାର ହୋଇଛି ମୃତଦେହ । ଅଧିକ ପଢନ୍ତୁ...

icici bank manager dead body recovered from bhubaneswar railway track
ରେଳ ଟ୍ରାକରେ ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର କ୍ଷତାକ୍ତ ମୃତଦେହକୁ ପୋଲିସର ବଢୁଛି ସଦେହ
author img

By

Published : Jun 21, 2021, 7:35 AM IST

ଭୁବନେଶ୍ବର : ରାଜଧାନୀ ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜର ମୃତଦେହ। କ୍ଷତାକ୍ତ ଅବସ୍ଥାରେ ଟ୍ରାକରୁ ଉଦ୍ଧାର ହୋଇଛି । ମୃତକ ଜଣକ ଶ୍ରିୟା ଛକ ICICI ବ୍ୟାଙ୍କର ଟ୍ରାନଜାକ୍ସନ ମ୍ୟାନେଜର ଭାବେ କାମ କରୁଥିବା ଗୌରବ ରାଜ ବୋଲି ଜଣାପଡ଼ିଛି । ତାଙ୍କ ଘର ଭାଗଲପୁର ବିହାରର ହୋଇଥିବା ନେଇ ସୂଚନା ମିଳିଛି । ସେ ଏଠାରେ ରହି ବ୍ୟାଙ୍କରେ କାମ କରୁଥିଲେ । ସତ୍ୟନଗରର ଓଭରବ୍ରିଜ ଠାରୁ ସହିଦନଗର ଓଭରବ୍ରିଜ ମଧ୍ୟରେ ଥିବା ରେଳ ଟ୍ରାକରୁ ମୃତଦେହକୁ ଜବତ କରିଛି ଜିଆରପି ପୋଲିସ ।

icici bank manager dead body recovered from bhubaneswar railway track
ରେଳ ଟ୍ରାକରେ ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର କ୍ଷତାକ୍ତ ମୃତଦେହକୁ ପୋଲିସର ବଢୁଛି ସଦେହ

ରବିବାର ଦିନ ଅପରାହ୍ନ ସମୟରେ ମୃତଦେହ ପଡିଥିବା ଖବର ପାଇଥିଲା ଜିଆରପି ପୋଲିସ । ମୃତଦେହକୁ ଉଦ୍ଧାର ପରେ କ୍ୟାପିଟାଲ ହସପିଟାଲର ବ୍ୟବଛେଦ ଗୃହକୁ ପଠାଇଛି। କେସ ନମ୍ବର ୨୯ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତନାଘନା ଚଳାଇଛି ଜିଆରପି ପୋଲିସ । ତେବେ ସେ ଆତ୍ମହତ୍ୟା କରିଥିବା ନେଇ ଜିଆରପି ପୋଲିସ ପ୍ରାଥମିକ ସନ୍ଦେହ କରୁଛି । ଦେହରେ କ୍ଷତାକ୍ତ ଗଭୀର ଚିହ୍ନ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ଯଦି ଆତ୍ମହତ୍ୟା ତେବେ ଏମିତି କାରଣ କଣ ଯାହାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ।

ଟ୍ରାନଜାକ୍ସନ ମ୍ୟାନେଜର ଯୋଗୁଁ କର୍ମସ୍ଥଳରେ କିଛି ପ୍ରେସର ଥିଲା କି ? ନା ବ୍ୟକ୍ତିଗତ କିଛି କାରଣ ରହିଥିଲା । ଯାହାକୁ ନେଇ ଉଚ୍ଚ ବେତନ ପାଉଥିବା ବ୍ୟକ୍ତି ଆତ୍ମହତ୍ୟା କଲେ ? ଆତ୍ମହତ୍ୟାର ରୂପ ଦେବାକୁ ଏଭଳି ରେଳ ଟ୍ରାକରେ ମାରି ଫିଙ୍ଗିଦିଆଯାଇଛି କି ? କାରଣ ରେଳ ଟ୍ରାକରେ ପୋଲିସ ଅନେକ ମୃତଦେହ ଜବତ କରେ । ଯାହାର କୌଣସି ସୁରାକ ମିଳେନାହିଁ। ଯାହାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତନାଘନା କରୁଛି। ପୋଲିସ ସଦେହ ଘେରରେ ଅନେକ କିଛି ରହିଛି । ପରିବାର ଲୋକେ ପହଞ୍ଚିଲା ପରେ ଶବ ବ୍ୟବଚ୍ଛେଦ ପରେ ପୁରା ଘଟଣା ସାମ୍ନାକୁ ଆସିପାରିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.