ETV Bharat / city

ରାଜ୍ୟରେ ପ୍ରଚଳନ ହେବ 'ଆଇବିଏମ ଷ୍ଟିମ ଫର ଗାର୍ଲସ'

ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ 'ଆଇବିଏମ ଷ୍ଟିମ ଫର ଗାର୍ଲସ' କାର୍ଯ୍ୟକ୍ରମ ପ୍ରଚଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁସାରେ ଆଇବିଏମ ସଂସ୍ଥା ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିବା ଅନ୍ୟୁନ 20 ହଜାର ଛାତ୍ରୀ ଓ 10 ହଜାର ଛାତ୍ରଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 28, 2019, 10:49 AM IST

ଭୁବନେଶ୍ବର: ରାଜ୍ୟରେ 125ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ ରତ ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ 'ଆଇବିଏମ ଷ୍ଟିମ ଫର ଗାର୍ଲସ' କାର୍ଯ୍ୟକ୍ରମ ପ୍ରଚଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ଓସେପା ସଭାଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁଗୁମଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଆଇବିଏମ କର୍ପୋରେଟ ସିଟିଜେନସିପରେ ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ରୁମି ମଲ୍ଲିକ ମିତ୍ର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ।

ସୂଚନାଯୋଗ୍ୟ, ଏହି ବୁଝାମଣାପତ୍ର ଅନୁସାରେ ଆଇବିଏମ ସଂସ୍ଥା ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିବା ଅନ୍ୟୁନ 20 ହଜାର ଛାତ୍ରୀ ଓ 10 ହଜାର ଛାତ୍ରଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ ।

'ଷ୍ଟିମ ଫର ଗାର୍ଲସ' ହେଉଛି ଆଇବିଏମ ଇଣ୍ଡିଆର ବ୍ୟବସାୟିକ ସାମାଜିକ ଉତ୍ତର ଦାୟିତ୍ବ ବିଭାଗର ଏକ ଉପକ୍ରମ, ଯିଏକି ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା ମାଧ୍ୟମରେ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବାରେ ପଥ ପ୍ରଦର୍ଶକର ଭୂମିକା ଗ୍ରହଣ କରିଥାଏ । ଏହି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସ୍ବାକ୍ଷର, କୋଡିଂ ଓ ବୈଷୟିକ ଦକ୍ଷତା କୌଶଳ ସଂକ୍ରାନ୍ତରେ ତାଲିମ ଯୋଗାଇ ଦେଇ ଷ୍ଟିମ ଶିକ୍ଷା ପ୍ରଣାଳୀ ପ୍ରତି ଆଗ୍ରହ ସୃଷ୍ଟି କରିବ ।

ଏହି କାର୍ଯ୍ୟକ୍ରମରେ କ୍ବେଷ୍ଟ ଆଲିଆନ୍ସ ତରଫରୁ ମନୋଜ ପୁତୁର ଓ ଗଣଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ 'ଆଇବିଏମ ଷ୍ଟିମ ଫର ଗାର୍ଲସ' କାର୍ଯ୍ୟକ୍ରମ ପ୍ରଚଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁସାରେ ଆଇବିଏମ ସଂସ୍ଥା ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିବା ଅନ୍ୟୁନ 20 ହଜାର ଛାତ୍ରୀ ଓ 10 ହଜାର ଛାତ୍ରଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.