ETV Bharat / city

କାର୍ଯ୍ୟରେ ଯୋଗଦେଲେ ନୂତନ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟର ନୂତନ ଉନ୍ନୟନ କମିଶନର ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ସୁରେଶ ।

author img

By

Published : Aug 19, 2019, 1:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟର ନୂତନ ଉନ୍ନୟନ କମିଶନର ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର । କାର୍ଯ୍ୟରେ ଯୋଗ ଦେବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ସୁରେଶ । ବିଶେଷ କରି ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହେବ ବୋଲି ସେ କହିଛନ୍ତି।

କାର୍ଯ୍ୟରେ ଯୋଗଦେଲେ ନୂତନ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ସୋମବାର ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଭକ୍ତଙ୍କ ସୁବିଧା ଓ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସୁରେଶ କହିଛନ୍ତି । ଏଥିପାଇଁ ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶ ଆଧାରରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ 5ଟିକୁ ମଧ୍ୟ ଗୁରୁତ୍ବ ଦିଆଯିବା ପାଇଁ ସେ ପ୍ରକାଶ କରିଛନ୍ତି ।

ଉନ୍ନୟନ କମିଶନର ଭାବେ ରାଜ୍ୟର ବ୍ୟାଙ୍କିଂ ଓ ଏଟିଏମ୍‌ ସେବା ସମ୍ପ୍ରସାରଣ ଉପରେ ମଧ୍ୟ ସେ ଗୁରୁତ୍ବ ଦେବେ । ଏଥିସହ ସମସ୍ତ ଅଞ୍ଚଳର କିପରି ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ ଏବଂ ଆବଶ୍ୟକସ୍ଥଳେ କିପରି ନୂଆ ଯୋଜନା କରିହେବ ତାହା ନିଷ୍ପତ୍ତି ନେବା ପାଇଁ କହିଛନ୍ତି ସୁରେଶ ମହାପାତ୍ର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଉନ୍ନୟନ କମିଶନର ଭାବେ ଯୋଗ ଦେଲେ ବରିଷ୍ଠ ଆଇଏଏସ୍ ସୁରେଶ ମହାପାତ୍ର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବି l ବିଶେଷ କରି ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହେବ l Body:ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଭକ୍ତଙ୍କ ସୁବିଧା ଓ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ l ସେଥିପାଇଁ ଜଷ୍ଟିସ୍ ବି ପି ଦାସ କମିସନଙ୍କ ସୁପାରିଶ ଆଧାରରେ ଉଚ୍ଛେଦ କାର୍ଯ୍ୟ କରା ଯାଉଛି l 5 T କୁ ଗୁରୁତ୍ଵ ଦିଆଯିବ l ଉନ୍ନୟନ କମିଶନର ଭାବେ ରାଜ୍ୟର ବ୍ୟାଙ୍କିଙ୍ଗ ଓ ATM ସେବା ସମ୍ପ୍ରସାରଣ ଉପରେ ଗୁରୁତ୍ଵ ଦିଆଯିବ.Conclusion:ଦାୟୀତ୍ୱ ନେଵା ପରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଙ୍କ ପ୍ରତିକ୍ରିୟା। ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନା କୁ ଗୁରୁତ୍ୱ ଦିଆଯିବ। ସବୁ ଅଞ୍ଚଳର ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ନୂଆ ଯୋଜନା କରିହେବ ତାହାକୁ ମଧ୍ୟ ଦେଖାଯିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.