ଭୁବନେଶ୍ବର: ଭିଆରଏସ୍ ବା ସ୍ବେଚ୍ଛାକୃତ ଅବସର(voluntary retirement) ଗ୍ରହଣ କରିବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଦର୍ଶନ ପାଲ୍ ଠାକୁର(sudarshan pal thakur) । ବ୍ୟକ୍ତିଗତ କାରଣ ଦର୍ଶାଇ ଭିଆରଏସ୍ ପାଇଁ ଆବେଦନ କରିଛନ୍ତି ସୁଦର୍ଶନ । ସରକାର ତାଙ୍କ ଆବେଦନକୁ ଗ୍ରହଣ କରି ଭିଆରଏସ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେ 1986 ବ୍ୟାଚର ଆଇଏଏସ ଅଫିସର ଅଟନ୍ତି । ଏବେ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଅଛନ୍ତି ଏହି ବରିଷ୍ଠ ଅଫିସର ।
ବ୍ୟକ୍ତିଗତ କାରଣ ଦର୍ଶାଇ ଗତ 2 ତାରିଖରେ ଭିଆର୍ଏସ୍ ପାଇଁ ଆବେଦନ କରିଥିଲେ ସୁଦର୍ଶନ ପାଲ୍ ଠାକୁର । ସରକାର ତାଙ୍କ ଆବେଦନକୁ ଗ୍ରହଣ କରି ଭିଆରଏସ୍ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ମେ 2 ତାରିଖରେ ସେ ସ୍ବେଚ୍ଛାକୃତ ଅବସର ନେବେ । 2023 ମାର୍ଚ୍ଚ 31 ତାରିଖରେ ସୁଦର୍ଶନ ଅବସର ନେଇଥାନ୍ତେ । 1986 ବ୍ୟାଚ୍ର ଚାରି ଜଣ ଅଫିସର ଓଡ଼ିଶା କ୍ୟାଡର୍ରେ ଅଛନ୍ତି ।
ସେମାନଙ୍କ ମଧ୍ୟରୁ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଅଛନ୍ତି । ୟୁପି ସିଂହ କେନ୍ଦ୍ରରେ ବୟନ ଶିଳ୍ପ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଜିଭିଭି ଶର୍ମା ରାଜସ୍ବ ପରିଷଦ ସଭ୍ୟ ଅଛନ୍ତି । ଅନ୍ୟପଟେ କିଛି ମାସ ପୂର୍ବରୁ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରକାର 6 ମାସ ବୃଦ୍ଧି କରିଛନ୍ତି । ଗତ ମାସରେ 1991 ବ୍ୟାଚ୍ର ଆଇଏଏସ୍ ଅଫିସର ବିଜୟ ଅରୋରା ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ