ETV Bharat / city

IAS Reshuffle Odisha: ଶାଳିନୀ ପଣ୍ଡିତ ହେଲେ ସ୍ୱାସ୍ଥ୍ୟ ବିଭାଗର ସଚିବ

author img

By

Published : Sep 14, 2022, 7:36 PM IST

ଆଇଏଏସ ଓଡିଶା ଔଷଧ ନିଗମ ଲିମିଟେଡର ପରିଚାଳମନା ନିର୍ଦ୍ଦେଶିକା ଥିବା ଆଇଏଏସ ଡି ବୃନ୍ଦାଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଭାବେ ବଦଳି କରିଛନ୍ତି ସରକାର । ଆଇଏଏସ ଗୁହାପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି ।

Etv Bharat
Etv Bharat

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏହି ଅଦଳ ବଦଳ ପ୍ରକ୍ରିୟାରେ NHRM ନିର୍ଦ୍ଦେଶିକା ତଥା ୨୦୦୧ ବ୍ୟାଚ ଆଇଏଏସ ଅଫିସର ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ଦୀର୍ଘଦିନ ଧରି ଅତିରିକ୍ତ ସଚିବଙ୍କ ଦାୟିତ୍ୱରେ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗକୁ ଏବେ ପୂର୍ଣ୍ଣକାଳୀନ ସଚିବ ମିଳିଛି ।

ସେହିପରି ଆଇଏଏସ ଓଡିଶା ଔଷଧ ନିଗମ ଲିମିଟେଡର ପରିଚାଳମନା ନିର୍ଦ୍ଦେଶିକା ଥିବା ଆଇଏଏସ ଡି ବୃନ୍ଦାଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଭାବେ ବଦଳି କରିଛନ୍ତି ସରକାର । ଆଇଏଏସ ଗୁହାପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି । ଆଇଏଏସ ସଞ୍ଜୟ କୁମାର ମିଶ୍ର ହେଲେ ଓପିଟିସିଏଲଲର ପରିଚାଳନା ନିର୍ଦ୍ଦେଶକ । ଓଡିଶା ପ୍ରଶାସନିକ ଅଧିକାରୀ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ପୂର୍ବରୁ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଥିଲେ ।

ସେହିଭଳି ବରିଷ୍ଠ ଆଇଏଏସ ନିକୁଞ୍ଜ ଧଳ ହେଲେ ଅବକାରୀ ବିଭାଗ ପ୍ରମୁଖ ସଚିବ । ଏହାସହ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀଙ୍କୁ ହସ୍ତତନ୍ତ, ବୟନଶିଳ୍ପ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏହାସହ ଅରବିନ୍ଦଙ୍କ ଠାରୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ କାଢି ନିଆଯାଇଛି । ଆଇଏଏସ ସୁରେଶ କୁମାର ବଶିଷ୍ଠଙ୍କୁ ମିଳିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ।

ଅନ୍ୟପଟେ 1999 ବ୍ୟାଚର ଆଇଏଏସ ଶୁଭା ଶର୍ମା ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ । ପୂର୍ବରୁ ସେ ହସ୍ତତନ୍ତ, ବୟନଶିଳ୍ପ ବିଭାଗର ସଚିବ ଥିଲେ । ଆଇଏଏସ ଭାଷ୍କର ଜ୍ୟୋତି ଶର୍ମା ନିଜ ମୂଳ ବିଭାଗ ସହ ଅତିରିକ୍ତ ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ହେଲେ । ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଥିଲେ ସୁରେଶ କୁମାର ବଶିଷ୍ଠ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.