ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜକୁମାର ଶର୍ମା । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବେ IAS ରାଜକୁମାର ଶର୍ମା । ଏନେଇ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସନ୍ଦେହଜନକ ଭାବରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଛୁଟିରେ ଯିବେ । ପ୍ରଦୀପ୍ତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ଛୁଟିରେ ଯିବେ ବୋଲି ଜଣାପଡିଛି । ଛୁଟିରୁ ଫେରିବା ପରେ ପ୍ରଦୀପ୍ତଙ୍କୁ OFDC ଚେୟାରମ୍ୟାନ ଭାବେ ବଦଳି କରିବା ନେଇ ଅନେକ ପ୍ରଶ୍ନ ଉଠିଛି ।
ଏହାରି ଭିତରେ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି । ଜଣେ ଏକକ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତି ନ ଦେଇ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର । ସମ୍ଭାବ୍ୟ କୋଭିଡ଼ ତୃତୀୟ ଲହରୀ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକକ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତି ଆଶା କରୁଥିଲେ ରାଜ୍ୟବାସୀ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ