ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ IAS ପ୍ରୋବେସନର, ସଗୌରବେ ଦେଶ ସେବା ପାଇଁ ଦେଲେ ଆହ୍ୱାନ - ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇଏଏସ ପ୍ରୋବେସନର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଷ୍ଟଡି ଟୁରରେ ଆସିଥିବା 181 ଆଇଏଏସ ପ୍ରୋବେସନର(IAS Probationer) ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ IAS ପ୍ରୋବେସନର, ସଗୌରବେ ଦେଶ ସେବା ପାଇଁ ଦେଲେ ଆହ୍ୱାନ

author img

By

Published : May 29, 2022, 8:39 PM IST

ଭୁବନେଶ୍ବର: ଷ୍ଟଡି ଟୁରରେ ଆସିଥିବା 181 ଆଇଏଏସ ପ୍ରୋବେସନର(IAS Probationer) ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ଆଜି(ରବିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିଛନ୍ତି । ଏହାସହ ସଗୌରବେ ଦେଶ ସେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମୁସୋରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧୀନରେ ଆଇଏଏସ ପ୍ରୋବେସନରମାନେ ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି । ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀଙ୍କ ନେତୃତ୍ୱରେ 181 ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ଏହି ଟୁରରେ ଆସିଛନ୍ତି । ମୁଖ୍ୟମନ୍ତ୍ରୀ, ରାଧିକା ରସ୍ତୋଗୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସ୍ୱାଗତ କରି କହିଛନ୍ତି ଯେ, 'ଏକ ଘଡିସନ୍ଧି ମୁହୂର୍ତ୍ତରେ ଆପଣମାନେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଦେଶ ଓ ଦେଶବାସୀ ଆପଣଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି । କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଗୌରବେ ଦେଶର ସେବା କରିବା ପାଇଁ ପ୍ରୋବେସନରଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ 5-T ରୂପାନ୍ତରଣ ମଡେଲ ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ ।' ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, 'ଗ୍ରାମୀଣ ବିକାଶ, ଗୃହ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପ ବିକାଶ, ଖଣି, ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ, ସଡ଼କ ବିକାଶ ଓ ଅନ୍ୟ କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଓଡିଶା ଦୁର୍ଭିକ୍ଷ ଓ ବାତ୍ୟା ଯୋଗୁଁ ଅନେକ ମାତ୍ରାରେ ପ୍ରଭାବିତ ହେଉଥିଲା । ବର୍ତ୍ତମାନ ଚିତ୍ର ଓ ସ୍ଥିତି ବଦଳିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସାରା ବିଶ୍ବରେ ରୋଲ୍ ମଡେଲ ପାଲଟିଛି । ଖାଦ୍ୟ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହୋଇଛି । ଗତ ଦଶନ୍ଧିରେ ରାଜ୍ୟରେ କୃଷକଙ୍କ ରୋଜଗାର ଦୁଇଗୁଣା ହୋଇଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରୁ ଆଇଏଏସ ପ୍ରୋବେସନରମାନେ କିଛି ଶିକ୍ଷାଲାଭ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ମିଶନ ଶକ୍ତି ଜରିଆରେ ରାଜ୍ୟର 60 ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ଗ୍ରାମାଞ୍ଚଳର ସାମାଜିକ ଅର୍ଥନୀତିର ଏମାନେ ଏବେ ମୂଳ ପିଣ୍ଡ ହୋଇପାରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଆଯାଇଛି । 5-T ମୋ ସ୍କୁଲ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପୁରୀ ଦେଶର ପ୍ରଥମ ସହର ହୋଇଛି । ରାଜ୍ୟର ଅନ୍ୟ ଜିଲ୍ଲାରେ ଏହି ବ୍ୟବସ୍ଥାକୁ ପହଞ୍ଚାଯାଉଛି ।

ଯୁବ ପ୍ରୋବେସନରମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ସମ୍ବୋଧନ କରିଛନ୍ତି । ଓଡିଶା ହେଉଛି ଦେଶର ଏକ ବିକାଶମୁଖୀ ଦ୍ରୁତ ଅଭିବୃଦ୍ଧି ରାଜ୍ୟ । ଓଡ଼ିଶାର କୋଭିଡ ମ୍ୟାନେଜମେଣ୍ଟ ସଫଳତାର ସହ କରାଯାଇଛି । ପ୍ରୋବେସନରମାନଙ୍କୁ ଓଡ଼ିଶାରୁ ବହୁତ କିଛି ଶିକ୍ଷା ମିଳିବ ବୋଲି ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀ ଆଶା ରଖିଛନ୍ତି । ଗୋପବନ୍ଧୁ ଏକାଡେମୀର ଡିଜି ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇ ଥିବାବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ଷ୍ଟଡି ଟୁରରେ ଆଇଏଏସ ପ୍ରୋବେସନରମାନେ ଢ଼େଙ୍କାନାଳ, ଅନୁଗୋଳ, ଗଞ୍ଜାମ, ଜଗତସିଂହପୁର, କେଉଁଝର ଓ ବାଲେଶ୍ୱର ଆଦି ୬ଟି ଜିଲ୍ଲା ପରିଦର୍ଶନ କରିବେ । ଏହି ସବୁ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ତଥା ଜୀବିକା ନିର୍ବାହ ଯୋଜନାରେ ସେମାନଙ୍କର ପ୍ରଥମ ଅଭିଜ୍ଞତା ରହିବ । ଏହି ଅବସରରେ ଟ୍ରାନସଫମେଟିଭ୍ ଗଭର୍ଣ୍ଣାନ୍ସ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.