ଭୁବନେଶ୍ବର: ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି । ୬୦ଦିନ ମଧ୍ୟରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରି ରିପୋର୍ଟ ଦେବେ ।
![ଆଇଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡୁଆ](https://etvbharatimages.akamaized.net/etvbharat/prod-images/10131851_257_10131851_1609861795072.png)
ଆବେଦନକାରୀ ଶ୍ରୀକାନ୍ତ ପକାଳଙ୍କ ଅଭିଯୋଗର ଶୁଣାଣି କରି ଆଇଏଏସ୍ ଶ୍ରୀ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡ ମୁଖ୍ୟ ଥିବାବେଳେ ବେଆଇନ ଭାବେ ନେଇଥିବା ଅର୍ଥର ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ମାମଲାର ଶୁଣାଣି ମାର୍ଚ୍ଚ ୮ତାରିଖକୁ ଧାର୍ଯ୍ୟ କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ