ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ମଧ୍ଯାହ୍ନ 12ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ତେବେ ବିଜେଡି ଅଶ୍ବିନୀଙ୍କୁ ସମର୍ଥନ ଜଣାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଖବର ଅନୁଯାୟୀ, ଅଶ୍ବିନୀ ବୈଷ୍ଣବ ବାଜପେୟୀ ସରକାରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହାସହ ପୂର୍ବରୁ କଟକ ଓ ବାଲେଶ୍ବରର ଜିଲ୍ଲାପାଳ ରହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରୟ, ଇଟିଭି ଭାରତ