ETV Bharat / city

ଅରବିନ୍ଦ ପାଢୀଙ୍କ ଅନୁରୋଧ, ପ୍ରତ୍ୟେକ ଶୁକ୍ରବାର ପିନ୍ଧନ୍ତୁ ହସ୍ତତନ୍ତ ପୋଷାକ

ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ । ଏନେଇ ଅନୁରୋଧ କରିଛନ୍ତି ବିଭାଗର ନବ ନିଯୁକ୍ତ ପ୍ରମୁଖ ଶାସନ ସଚିବ ଡା. ଅରବିନ୍ଦ ପାଢୀ । ରାଜ୍ୟ ଐତିହ ସମ୍ପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ଓ ବୁଣାକାରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅରବିନ୍ଦ ଏହି ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ଅରବିନ୍ଦ ପାଢୀ
ଅରବିନ୍ଦ ପାଢୀ
author img

By

Published : Aug 10, 2022, 9:01 PM IST

ଭୁବନେଶ୍ବର: ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ । ଏନେଇ ଅନୁରୋଧ କରିଛନ୍ତି ବିଭାଗର ନବ ନିଯୁକ୍ତ ପ୍ରମୁଖ ଶାସନ ସଚିବ ଡା. ଅରବିନ୍ଦ ପାଢୀ । ରାଜ୍ୟ ଐତିହ୍ୟ ସମ୍ପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ଓ ବୁଣାକାରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅରବିନ୍ଦ ଏହି ଅନୁରୋଧ କରିଛନ୍ତି ।

ଅରବିନ୍ଦ ପାଢୀଙ୍କ ଅନୁରୋଧ, ପ୍ରତ୍ୟେକ ଶୁକ୍ରବାର ପିନ୍ଧନ୍ତୁ ହସ୍ତତନ୍ତ ପୋଷାକ
ଅରବିନ୍ଦ ପାଢୀଙ୍କ ଅନୁରୋଧ, ପ୍ରତ୍ୟେକ ଶୁକ୍ରବାର ପିନ୍ଧନ୍ତୁ ହସ୍ତତନ୍ତ ପୋଷାକ

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ବିଭାଗକୁ ସକ୍ରିୟ କରିଛନ୍ତି ଅରବିନ୍ଦ ପାଢୀ । ଦାୟିତ୍ୱ ନେଇ କାର୍ଯ୍ୟ ଆରମ୍ଭରୁ ରାଜ୍ୟର ଅଗଣିତ ବୁଣାକାରଙ୍କୁ ପ୍ରୋତ୍ସାହନ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ । ଆଜି ଏନେଇ ସମସ୍ତ ନିର୍ଦ୍ଦେଶକ ଓ ନିଗମର ପରିଚଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଅରବିନ୍ଦ ।

ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟର ଅଗଣିତ ବୁଣାକାର ରହିଛନ୍ତି । ସେମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯାଉଛି । ବ୍ୟକ୍ତିଗତ ସ୍ତରରେ ଏହି ବୁଣାକାରଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ତେଣୁ ପ୍ରତ୍ୟେକ ଶୁକ୍ରବାର ଦିନ ରାଜ୍ୟର ବୁଣାକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ହସ୍ତତନ୍ତ ପୋଷାକ ପରିଧାନ କରନ୍ତୁ । ଯାହା ଫଳରେ ବୁଣାକାରଙ୍କୁ ପ୍ରୋତ୍ସାହନ, ଉଚିତ ପ୍ରାପ୍ୟ ଏବଂ ହସ୍ତତନ୍ତ ଲୁଗାର ପ୍ରଚାର ଓ ପ୍ରସାର ହୋଇପାରିବ । ଏହା ଏକ ଆନ୍ଦୋଳନରେ ପରିଣତ ହେବ ବୋଲି ସେ ଆଶା ରଖିଛନ୍ତି । ବ୍ୟକ୍ତିଗତ ଭାବେ ଅନେକ ସମୟରେ ହସ୍ତତନ୍ତ ପୋଷକ ପରିଧାନ କରି ନଜର ଆସନ୍ତି ଅରବିନ୍ଦ ପାଢୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.