ETV Bharat / city

ସ୍ୱାମୀର ନୃଶଂସ କାଣ୍ଡ , ସ୍ତ୍ରୀ ମୁହଁରେ ଦେଲା ଆଇରନ ଚେଙ୍କ

ପ୍ରେମ ବିବାହ କରିଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଶେଷରେ ସ୍ୱାମୀ ନୃଶଂସ ପାଲଟି ଯାଇ ସ୍ତ୍ରୀର ମୁହଁ ଓ ଦେହରେ ଆଇରନ ଚେଙ୍କ ଦେଇଛି । ତେବେ ପୋଲିସ ସ୍ବାମୀକୁ ଗିରଫ କରିଛି ।

author img

By

Published : Mar 23, 2019, 10:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ୱାମୀର ନୃଶଂସ କାଣ୍ଡ, ସ୍ତ୍ରୀ ମୁହଁରେ ଦେଲା ଆଇରନ ଚେଙ୍କ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ପ୍ରେମ ବିବାହ କରିଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଶେଷରେ ସ୍ୱାମୀ ନୃଶଂସ ପାଲଟି ସ୍ତ୍ରୀର ମୁହଁ ଓ ଦେହରେ ଆଇରନ ଚେଙ୍କ ଦେଇଛି । ତେବେ ପୋଲିସସ୍ବାମୀକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ସ୍ବାମୀ ରଞ୍ଜିତ ବେହେରା ଓ ସ୍ତ୍ରୀ ପୂଜା ବେହେରା ୨୦୦୪ମସିହାରେ ଦୁହେଁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତେବେ ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଆରମ୍ଭ ହୋଇଥିଲା । ସବୁଦିନ ପରି ଶନିବାର ରଞ୍ଜିତ ଡ୍ରେସ ଆଇରନ ଦେଉଥିବାବେଳେ ପୁଣି ଦୁହିଁଙ୍କ ମଧ୍ୟରେ ହୋଇଥିଲା ଝଗଡା । ଶେଷରେ ରାଗରେ ଥିବା ରଞ୍ଜିତ ବାରମ୍ବାର ସ୍ତ୍ରୀ ପୂଜାର ଦେହ ସାରା ଗରମ ଆଇରନ ଚେଙ୍କ ଦେଇଥିଲା ।

ତେବେ ଘଟଣାସ୍ଥଳରେ କିଛି ପଡୋଶୀ ପହଞ୍ଚି ପୂଜାକୁ ଉଦ୍ଧାର କରିବା ସହ ମହିଳା ଥାନାରେ ଏତଲା ଦେଇଛନ୍ତି । ଏହାପରେ ସ୍ୱାମୀ ରଞ୍ଜିତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପାରିବାରିକ କଳହରୁ ଏପରି ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.