ETV Bharat / city

ସ୍ମାର୍ଟସିଟିରେ ପୁଣି ଗଡିଲା ମୁଣ୍ଡ, ସ୍ତ୍ରୀ ଆଗରେ ସ୍ବାମୀକୁ ବୀଭତ୍ସ ହତ୍ୟା

ରାଜଧାନୀର ହାଇ ପ୍ରୋଫାଇଲ ଜୋନ, ବିଧାନସଭା ନିକଟରେ ସ୍ତ୍ରୀ ଆଖି ଆଗରେ ସ୍ବାମୀକୁ ହତ୍ୟାକଲେ ଦୁର୍ବୃତ୍ତ । ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

author img

By

Published : Apr 12, 2022, 4:59 PM IST

କେତେ ସୁରକ୍ଷିତ ରାଜଧାନୀବାସୀ: ବିଧାନସଭା ସାମ୍ମୁଖରେ ବିଧବା କରିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀର ହାଇ ପ୍ରୋଫାଇଲ ଜୋନ, ବିଧାନସଭା ସମ୍ମୁଖରେ ହତ୍ୟା । ସ୍ତ୍ରୀ ଆଖି ଆଗରେ ସ୍ବାମୀକୁ ମାରିଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା । ହତ୍ୟା ପରେ ରାଜ୍ୟ ବାହାରକୁ ଫେରାର୍ ହେବା ସମୟରେ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

ସୂଚନା ଅନୁଯାୟୀ, ବବଲୁ ବେହେରା ନାମକ ଜଣେ ଯୁବକ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ କେତେବେଳେ ବିଧାନସଭା ସମ୍ମୁଖରେ ତ ଆଉ କେତେବେଳେ ATM ଏବଂ ବସଷ୍ଟାଣ୍ଡ ନିକଟରେ ରହୁଥିଲେ । କୌଣସି କାରଣରୁ ତାଙ୍କ ପତ୍ନୀଙ୍କ ଦୁଇ ପରିଚିତ ବ୍ୟକ୍ତି ରାଜେଶ ମହାପାତ୍ର ଏବଂ ଗେଡୁ ରାଉତଙ୍କ ସହ ଝଗଡା ହୋଇଥିଲା । ଏପରିକି ବବଲୁ ମଧ୍ୟ ସେମାନଙ୍କୁ ହତ୍ୟା ଧମକ ଦେଇଥିଲା । ଏହାକୁ କେନ୍ଦ୍ର କରି ରାଜେଶ ଏବଂ ଗେଡୁ, ବବଲୁ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ।

ଗତ 10 ତାରିଖ ରବିବାର ରାତି 2 ଟାରେ PMG ଛକ ATM ନିକଟରେ ରହୁଥିବା ବବଲୁଙ୍କ ଅସ୍ଥାୟୀ ଘରେ ପହଞ୍ଚିଥିଲେ ରାଜେଶ ଏବଂ ଗେଡୁ । ସ୍ତ୍ରୀ ଏବଂ ପିଲା ସମ୍ମୁଖରେ ଏକ ଲୁହାରଡରେ ନିର୍ମମ ଭାବେ ହତ୍ୟା କରିଥିବା କହିଛି ପୋଲିସ । ହତ୍ୟା ପରେ ଚେନ୍ନାଇ ଖସିଯିବାକୁ ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗେଡୁ ନାମରେ ପୂର୍ବରୁ ହତ୍ୟା ଅଭିଯୋଗ ଥିବା କହିଛି ପୋଲିସ । 13 ବର୍ଷ ବୟସରେ ଦାଦାଙ୍କୁ ଆକ୍ରମଣ କରି ଭୁବନେଶ୍ବର ପଳାଇ ଆସିଥିବା ଗେଡୁ 2013 ମସିହାରେ ଜଣେ ସାଙ୍ଗକୁ ହତ୍ୟାକରି ଜେଲ ଯାଇଥିବା କହିଛନ୍ତି ଭୁବନେଶ୍ବର DCP ଉମାଶଙ୍କର ଦାଶ ।

ତେବେ ବର୍ତ୍ତମାନ ରାଜଧାନୀ, ଏହିପରି ପେଶାଦାର ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ସବୁଠୁ ବଡ କଥା ହେଉଛି କି ରାଜଧାନୀର ଛାତି ଉପରେ ବିଧାନସଭାର 100 ମିଟର ପରିଧି ମଧ୍ୟରେ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ସୃଷ୍ଟି ହୋଇଛି ନାନା ପ୍ରଶ୍ନ । ପୋଲିସ ଛାଉଣି ସାଙ୍ଗକୁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ପ୍ରତିଦିନ ରାଜଧାନୀରେ ଅପରାଧିକ ମାମଲା ସାମ୍ନାକୁ ଆସୁଛି । ଏପରି ସ୍ଥଳେ ରାଜଧାନୀ ଏବଂ ରାଜଧାନୀବାସୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.