ETV Bharat / city

ମୋବାଇଲ ରିଚାର୍ଜ ପାଇଁ ପତ୍ନୀକୁ ହତ୍ୟା କରିଥିଲା ସ୍ବାମୀ, ଅଭିଯୁକ୍ତକୁ କୋର୍ଟ ଚାଲାଣ - Husband kills wife for mobile recharge

ଏୟାରପୋର୍ଟ ଥାନା କାରଗିଲ ବସ୍ତି ହତ୍ଯାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯେକି ନିଜ ପତ୍ନୀର ମୁଣ୍ଡକୁ ହାତୁଡିରେ ପିଟି ନେଇଥିଲା ଜୀବନ। ଆଉ ଏହା ପଛର କାରଣ ଥିଲା ସାମାନ୍ୟ । ଯୌତୁକ ପାଇଁ ଟଙ୍କା ଦାବି କରୁଥିବା ସ୍ବାମୀ ସାମାନ୍ୟ କଥାକୁ ନେଇ ହୋଇଯାଇଥିଲା ଦାନବ।

ମୋବାଇଲ ରିଚାର୍ଜ ପାଇଁ ପତ୍ନୀକୁ ହତ୍ଯା କରିଥିଲା ସ୍ବାମୀ, ଅଭିଯୁକ୍ତକୁ କୋର୍ଟ ଚାଲାଣ

author img

By

Published : Jul 26, 2020, 8:07 AM IST

ଭୁବନେଶ୍ବର: ଏୟାରପୋର୍ଟ ଥାନା କାରଗିଲ ବସ୍ତି ହତ୍ଯାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯେକି ନିଜ ପତ୍ନୀର ମୁଣ୍ଡକୁ ହାତୁଡିରେ ପିଟି ନେଇଥିଲା ଜୀବନ। ଆଉ ଏହା ପଛର କାରଣ ଥିଲା ସାମାନ୍ୟ । ଯୌତୁକ ପାଇଁ ଟଙ୍କା ଦାବି କରୁଥିବା ସ୍ବାମୀ ସାମାନ୍ଯ କଥାକୁ ନେଇ ହୋଇଯାଇଥିଲା ଦାନବ। ସେହି କଥାଟି ଥିଲା ବାପ ଘରୁ ଯୌତୁକ ଆଣ।ଏପରିକି ହତ୍ୟାର କିଛି ସମୟ ପୁର୍ବରୁ ପତ୍ନୀଙ୍କ ମୋବାଇଲ ରିଚାର୍ଜକୁ ନେଇ ଉଭୟଙ୍କ ମଧ୍ୟର ହୋଇଥିଲା ଭୀଷଣ ଗଣ୍ଡଗୋଳ।

ଅଭିଯୁକ୍ତ ସ୍ବାମୀ ନିଜ ପତ୍ନୀକୁ କହିଥିଲେ ମୋବାଇଲ ରିଚାର୍ଜ ପାଇଁ ନିଜ ଭାଇଠୁ ଟଙ୍କା ଆଣ। ଅର୍ଥାତ ଯୌତୁକ ଟଙ୍କା ଆଣ ନଚେତ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଶାଶୁଘର ଦେବେନାହିଁ। ତେବେ ଜବାବରେ ପତ୍ନୀ ଦେଇଥିଲେ ସ୍ବାମୀ ହୋଇଛ ହେଲେ ମୋବାଇଲ ରିଚାର୍ଜ କରିବାକୁ ଅସମର୍ଥ। ଆଉ ଏହି ପଦିଏ କଥା ସ୍ବାମୀ ମୁରଲୀଧର ବେହେରାର ମୁଣ୍ଡରେ ଚଢିଯାଇଥିଲା ପିତ। ସହ୍ୟ ନକରି ପାରି ବାପଘରୁ ଟଙ୍କା ନଆଣି କଥା ଓଲଟ କଥା କହୁଛି କହି ପାଖରେ ପଡିଥିବା ଏକ ହାତୁଡିରେ ପିଟିଦେଇଥିଲେ ପତ୍ନୀ ସକୁନ୍ତଳାମାଝୀଙ୍କ ମୁଣ୍ଡକୁ। ଆଉ ତା ପରେ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିବା ସହ ସ୍ବାମୀକୁ ଗିରଫ କରିଥିଲା ପୋଲିସ।

ତେବେ ସ୍ବାମୀ ଗିରଫ ହୋଇଥିଲେ ମଧ୍ୟ ମୃତ ସକୁନ୍ତଳାଙ୍କ ଭାଇ ଥାନାରେ ଆଣିଥିଲେ ଯୌତୁକ ଜନିତ ଅଭିଯୋଗ।ତେବେ ପ୍ରଶ୍ନ ଉଠୁଛି କଣ କେବଳ ସ୍ବାମୀ ଦେଉଥିଲେ ଯୌତୁକ ଜନିତ ଅତ୍ୟାଚାର। କଣ ଏନେଇ ପରିବାର ଲୋକେ କରୁନଥିଲେ ବିରୋଧ । କଣ ଏହି ହତ୍ୟାକାଣ୍ଡ ପାଇଁ ସ୍ବାମୀ ସହ ସେହିଠାରେ ରହୁଥିବା ଶାଶୁ ଓ ଦେଢଶୁର ଓ ଜା ଦାୟୀ ନୁହନ୍ତି।

ଯୌତୁକ ଆଶା କରୁଥିବା ପରିବାର ନବବଧୁର ହତ୍ୟା ପାଇଁ ଦାୟୀ ନୁହଁନ୍ତି। ଯାହା ପୋଲିସର ତଦନ୍ତ କୁ ନେଇ ଉଠିଛି ପ୍ରଶ୍ନ।ସାମାନ୍ଯ ଯୌତୁକ ଟଙ୍କା ପାଇଁ ହତ୍ୟା କରୁଥିବା ଏହି ଯୌତୁକ ଲୋଭୀ ପରିବାର ପ୍ରତି କାହିଁକି ପୋଲିସର ଦରଦ। କାହିଁକି ହତ୍ୟାକାଣ୍ଡ ପଛର ମୁଖ୍ଯ ଖଳନାୟକ ମାନଙ୍କୁ କରାଯାଉନି ଗିରଫ।ସେପଟେ ଡିସିପି କହିଛନ୍ତି ପାରିବାରିକ କଳହ ନେଇ ହୋଇଛି ହତ୍ଯାକାଣ୍ଡ।ହେଲେ କେବେ ଏହି ହତ୍ଯାକାଣ୍ଡ ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.