ETV Bharat / city

ସୋସିଆଲ ମିଡିଆରେ ସ୍ତ୍ରୀର ଅଶ୍ଳୀଳ ଫୋଟୋ ପୋଷ୍ଟ କରି ସ୍ୱାମୀ ଗିରଫ - ସୋସିଆଲ ମିଡିଆରେ ସ୍ତ୍ରୀର ନୁଡ ଫୋଟୋ ପୋଷ୍ଟ କରି ସ୍ବାମୀ ଗିରଫ

ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ‌ପୋଲିସ । ଅଧିକ ପଢନ୍ତୁ

ସୋସିଆଲ ମିଡିଆରେ ସ୍ତ୍ରୀର ନୁଡ ଫୋଟୋ ପୋଷ୍ଟ କରି ସ୍ବାମୀ ଗିରଫ

author img

By

Published : Jun 6, 2022, 10:52 PM IST

ଭୁବନେଶ୍ବର: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ‌ପୋଲିସ ।

କେସ ନମ୍ବର‌ ୩/୨୨ ଆଧାରରେ ଆଇପିସର ଧାରା‌ 383,420,498(A),509, ଆଇଟି ଆକ୍ଟର ଧାରା 67,67(A)ରେ ଭଦ୍ରକରୁ ପତିକୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ପୋଲିସ ଉଭୟ ପତ୍ନୀ ଓ ପତିର ପରିଚୟ ଗୋପନ ରଖିଛି । ସୂଚନା ମୁତାବକ ଭୁବନେଶ୍ବର ମଞ୍ଚେଶ୍ବର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ‌ ଧିରେ ସ୍ବାମୀକୁ କିଛି ଟଙ୍କା ପଠାଉଥିଲେ ।

ଯେଉଁ ଟଙ୍କାରେ ସ୍ବାମୀ ନିଶା ପିଇ ମାତାଲ ହେଉଥିଲା । ହେଲେ ପତ୍ନୀର‌ ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ବାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ବର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ତେବେ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.