ଭୁବନେଶ୍ବର: ବିଶ୍ବବ୍ୟାପୀ ଜଳବାୟୁ ସଙ୍କଟ ନେଇ ବିଲୁପ୍ତ ବିପ୍ଳବ ସଙ୍ଗଠନ କରୁଥିବା ଅନଶନରେ ସାମିଲ ହୋଇଛନ୍ତି ଓଡିଆ ପୁଅ । ସାରାବିଶ୍ବରେ ବିଲୁପ୍ତ ବିପ୍ଳବ ସଙ୍ଗଠନ ପକ୍ଷରୁ ନଭେମ୍ବର 18ରୁ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବାବେଳେ ଗୁରୁବାର ଏଥିରେ ସାମିଲ ହୋଇ ଅନଶନ କରିଛନ୍ତି ଅରୁଣ ସାମନ୍ତରାୟ ।
ସେ ରାଜଭବନ ସମ୍ମୁଖରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ବିଲୁପ୍ତ ବିପ୍ଳବ ଓଡିଶା ଶାଖା ପକ୍ଷରୁ ଅନଶନରେ ବସିଛନ୍ତି । ବିଶ୍ବରେ ଦେଖାଦେଇଥିବା ଜଳବାୟୁ ସଙ୍କଟକୁ ସରକାର ଏକ ଜରୁରୀକାଳୀନ ପରିସ୍ଥିତି ଭାବରେ ଗ୍ରହଣ କରି ଏହାକୁ ସୁଧାରିବା ଦିଗରେ କାର୍ଯ୍ୟକରିବାକୁ ଏହି ସଙ୍ଗଠନ ଅନଶନ କରୁଥିବା ଜଣାପଡିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ