ETV Bharat / city

ପରୀକ୍ଷାରୁ ବଞ୍ଚିତ ଅଭିଯୋଗରେ ଧାରଣାରେ ଡିଗ୍ରୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ - Utkal University

ଦୀର୍ଘ ଦିନ ଧରି ପରୀକ୍ଷାରୁ ବଞ୍ଚିତ ହେବାନେଇ ବିଶ୍ବବିଦ୍ୟାଳୟ ଘେରିଲେ ଚିତ୍ତୋଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ପରୀକ୍ଷାରୁ ବଞ୍ଚିତ ଅଭିଯୋଗରେ ଧାରଣାରେ ଡିଗ୍ରୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ

author img

By

Published : Sep 7, 2021, 10:32 PM IST

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଘେରିଲେ ଡିଗ୍ରୀ ଛାତ୍ରଛାତ୍ରୀ । ପରୀକ୍ଷା ଦେବାରୁ ବଞ୍ଚିତ ହେବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅଧିନ ଚିତ୍ତୋଳ ଡିଗ୍ରୀ ମହାବିଦ୍ୟାଳୟରେ । ସୂଚନାନୁସାରେ ଦୀର୍ଘ ୩ ବର୍ଷ ଧରି ଶତାଧିକ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନ ଥିବାରୁ ଆଜି (ମଙ୍ଗଳବାର) ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମଖରେ ଧାରଣାରେ ବସି ରହିଛନ୍ତି ।

ପରୀକ୍ଷାରୁ ବଞ୍ଚିତ ଅଭିଯୋଗରେ ଧାରଣାରେ ଡିଗ୍ରୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ

ଏନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଭିସିଙ୍କୁ ଘେରିଛନ୍ତି । ଆଉ ସେପଟେ ପରୀକ୍ଷା କରାଇବା ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ୨୦୧୯ରୁ ୨୦୨୧ ଶିକ୍ଷାବର୍ଷର କୌଣସି ବି ପିଜି ଛାତ୍ରଛାତ୍ରୀ ପରୀକ୍ଷା ଦେଇନପାରି ଏ ପର୍ଯ୍ୟନ୍ତ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି । ସେପଟେ ସେମାନେ ପରୀକ୍ଷାରୁ ବଞ୍ଚିତ ହେବାରୁ ସେମାନଙ୍କ ଭବିଷ୍ୟତ ଏବେବି ଅନିଶ୍ଚିତତାରେ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.