ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଚାଲାଣ: ୧୨୮୦ ବୋତଲ କଫ ସିରଫ ଜବତ, ଅଭିଯୁକ୍ତ ଗିରଫ - କପସିରଜ ଜବତ କଲା ଏସଟିଏଫ

ବେଆଇନ‌ କଫ ସିରଫ ଜବତ କଲା ଏସଟିଏଫ୍(STF)। ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଚାଲାଣବେଳେ ଧରାପଡିଲା ୧୨୮୦ ବୋତଲ କଫ ସିରଫ। ପୁରୀ ଗୋପ ଅଞ୍ଚଳର ଅଭିଯୁକ୍ତ ପଦ୍ମନାଭ ବେହେରାକୁ ଗିରଫ କରିଛି ଏସଟିଏଫ୍ । ଅଧିକ ପଢନ୍ତୁ

କମ ଦାମରେ ଫୁଲ୍ ନିଶା : ଶୁଙ୍ଘି ଶୁଙ୍ଘି ପହଞ୍ଚିଲା କ୍ରାଇମବ୍ରାଞ୍ଚ

author img

By

Published : May 14, 2022, 3:53 PM IST

ଭୁବନେଶ୍ବର : ବେଆଇନ‌ କଫ ସିରଫ ଜବତ କଲା ଏସଟିଏଫ୍(STF)। ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଚାଲାଣବେଳେ ଧରାପଡିଲା ୧୨୮୦ ବୋତଲ କଫ ସିରଫ। ପୁରୀ ଗୋପ ଅଞ୍ଚଳର ଅଭିଯୁକ୍ତ ପଦ୍ମନାଭ ବେହେରାକୁ ଗିରଫ କରିଛି ଏସଟିଏଫ୍ ।

ନିଶା ପାଇଁ ନିଶା ମାଫିଆଙ୍କ ଚୋରା ବାଟ। କଫ ସିରଫ ଆଳରେ ଚାଲିଛି ନିଶା କାରବାର । ଶସ୍ତାରେ ବଜାରରେ ମିଳୁଛି କଫ୍ ସିରଫ। କମ ଦାମରେ କିଣି ଫୁଲ୍ ନିଶା ଆପଣାଉଛନ୍ତି ନିଶାଡି ।

ଯାହାକୁ ନେଇ ବଜାରରେ ବେଆଇନ ଭାବେ ବିକ୍ରି ହେଉଛି ଏଭଳି ବିଭିନ୍ନ ବ୍ରାଣ୍ଡର କଫ ସିରଫ । ବିନା ଡ୍ରଗସ କଣ୍ଟ୍ରୋଲର ଅନୁମତିରେ ବଜାରରେ ସହଜରେ ବିକ୍ରି ହେଉଛି କଫ ସିରଫ । ୧୦ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି କଫ ସିରଫ ।

ଯାହାକି ମଦ ତୁଳନାରେ କମ ଦାମରେ କିଣି ଏଭଳି ନିଶା ଆପଣାଉଛନ୍ତି ନିଶାଡି । ଉତ୍ତର ଭାରତରେ ବିକ୍ରୟ ଅନୁମତି ଥିବା କଫସିରଫ ଏବେ ପୂର୍ବ ଭାରତ ବଜାରରେ ଉପଲବ୍ଧ ହେଉଛି । ବେଆଇନ ଭାବେ ସପ୍ଲାଏ କରୁଛନ୍ତି ଫାର୍ମାସ୍ୟୁଟିକାଲ ସ୍ମଗଲର । କୋଡେନ କଫ ସିରଫ ଭଳି କ୍ଲୋରା ଫେନରମାଇନ ଓ ଏସକଫ ଭଳି କଫ ସିରଫ ଚୋରା ବାଟ ଦେଇ ଭୁବନେଶ୍ବରକୁ ଆସୁଛି ।

ପରେ ବିଭିନ୍ନ ଚୋରା ବାଟରେ ବିଭିନ୍ନ‌ ଜିଲ୍ଲାକୁ ଚାଲାଣ କରାଯାଉଛି । ଏହି ସବୁ କଫ ସିରଫ ବିକ୍ରି କରି ମାଲାମାଲ ହେଉଛନ୍ତି ନିଶା ମାଫିଆ। ଏପରିକି ଅନେକ ମେଡିସିନ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି ଏଭଳି କଫ ସିରଫ। ଯାହାକୁ ବିନା ପ୍ରେସକ୍ରିପସନରେ ବିକିବା କଥା ନୁହେଁ। କିନ୍ତୁ ଅନେକ ବେପାରୀ ନିଜର‌ ଫାଇଦା ପାଇଁ ଏଭଳି କଫ ସିରଫକୁ ନିଶା ପାଇଁ ବ୍ୟବହାର‌ କରିବାକୁ ବଜାରରେ ବିକ୍ରି କରୁଛନ୍ତି ।

ଯାହାର‌ ସୁରାକ ପାଇଥିଲା କ୍ରାଇମବ୍ରାଞ୍ଚ ଟିମ । ବଡ କଥା ହେଉଛି ଏଭଳି କଫ ସିରଫ ବିକ୍ରି ହୋଇପାରିବ । କିନ୍ତୁ ଓଡିଶାରେ ଏଭଳି କଫ ସିରଫ ବିକ୍ରି ପାଇଁ ଡ୍ରଗସ କଣ୍ଟ୍ରୋଲ ଅଫ ଇଣ୍ଡିଆର ଅନୁମତି ଦରକାର । କିନ୍ତୁ ଏସବୁ କଫ ସିରଫ କେବଳ ଉତ୍ତର ଭାରତ ରାଜ୍ୟ ଯେପରି ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଓ ଜମ୍ମୁକାଶ୍ମୀର ଭଳି ରାଜ୍ୟ ଗୁଡିକରେ ବିକ୍ରି କରିବାକୁ ଅନୁମତି ରହିଛି।

ଯାହାକୁ କିଣିବାକୁ ହୋଲେ ଡାକ୍ତରଙ୍କ ପ୍ରେସକ୍ରିପସନ ଥିବା ଦରକାର। କିନ୍ତୁ ମଦ ତୁଳନାର ଏହି କଫ ସିରଫ ନିଶା ମାତ୍ରା ଅତ୍ୟଧିକ ଥାଏ । ବେଆଇନ ଭାବେ ସ୍ମଗଲିଂ କରି ଉତ୍ତର ଭାରତର ଅନୁମତି ଥିବା ଏହି କୋଡେନ କଫ ସିରଫକୁ ଆଣି ଓଡିଶା ବଜାରରେ ବିକ୍ରି କରାଯାଉଛି । ଯାହା ଭୁବନେଶ୍ବରରେ ମିଳିବା ପରେ ଏବେ ପ୍ରଶ୍ନ ଉଠୁଛି ? ଏଭଳି କଫ ସିରଫ ବିକ୍ରିରେ କେଉଁ ରାକେଟ କାମ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.