ETV Bharat / city

ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା, ଢେଙ୍କାନାଳରୁ ହେରୋଇନ ଜବତ

ଢେଙ୍କାନାଳ ଓ ଅନୁଗୋଳରେ ଡ୍ରଗ୍ସ ବେପାର ଚଳାଇଥିଲେ ବାପା ପୁଅ । ପୂର୍ବରୁ ପୁଅ ଗିରଫ ହୋଇଥିବାବେଳେ ଏବେ ବାପାକୁ ଗିରଫ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଅଧିକ ପଢନ୍ତୁ

ଢେଙ୍କାନାଳରୁ ହେରୋଇନ ଜବତ
ଢେଙ୍କାନାଳରୁ ହେରୋଇନ ଜବତ
author img

By

Published : Oct 18, 2022, 11:53 AM IST

ଢେଙ୍କାନାଳ: ରାଜ୍ୟରେ ଥମୁନି ନିଶା କାରବାର, ରାଜଧାନୀଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବେଧଡକ ଚାଲିଛି ନିଶା ବ୍ୟବସାୟ । ନୂଆ ନୂଆ ପନ୍ଥା ଓ ଭିନ୍ନ ଭିନ୍ନ ତରିକା ଆପଣାଇ ନିଶା ବେପାର ଚଳାଇଛନ୍ତି ନିଶା ବେପାରୀ । ନିଶା କାରବାର କରି ଏବେ ଅବକାରୀ ପଞ୍ଝାରେ ହାର୍ଡକୋର ନିଶା ବେପାରୀ । ଢେଙ୍କାନାଳରୁ ବିପୁଳ ଟଙ୍କା ସହ ହେରୋଇନ ଜବତ କରିବା ସହ ବାପା ପୁଅଙ୍କ ଡ୍ରଗ୍ସ ସିଣ୍ଡିକେଟ ଖୁଲାସା କଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମ । ଢେଙ୍କାନାଳରେ ଭୁବନେଶ୍ୱର ଏକ ଟିମ ରେଡ୍‌ବେଳେ ଟାଉନ ପୋଲିସ ଷ୍ଟେସନ ଅଞ୍ଚଳରୁ ନିଶା ବେପାରୀ ରଞ୍ଜିତ ରାଉତ ଓରଫ କାଳିଆକୁ ଗିରଫ କରିଛି ଅବକାରୀ ଟିମ । ତାଙ୍କ ନିକଟରୁ ଗୋଟିଏ ବୁଲେଟ ସହ ୬୫୦ଗ୍ରାମର‌ ହେରୋଇନ ଓ ୨ଲକ୍ଷ ୬୭ହଜାର‌ ଟଙ୍କାର‌ ନଗଦ ଟଙ୍କା ଜବତ କରାଯାଇଛି ।

ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା
ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା

ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଓ ଅନୁଗୋଳରେ ବାପା ପୁଅ ମିଳିମିଶି ଚଳାଇଥିଲେ ନିଶା କାରବାର । ପୁଅ କାହ୍ନା ରାଜ୍ୟ ବାହାରୁ ବ୍ରାଉନସୁଗାର‌ ଆଣି ପହଞ୍ଚାଉଥିଲା । ବାପା ଦୁଇ ଜିଲ୍ଲାର‌ ପେଡଲରଙ୍କ‌ ପାଖରେ ପହଞ୍ଚାଉଥିଲା । ଏଥିପାଇଁ ଏକ କାର୍‌ର ବ୍ୟବହାର କରାଯାଉଥିଲା । ପୂର୍ବରୁ ପୁଅ କାହ୍ନାକୁ ପୋଲିସ ଗିରଫ କରିଥିବାବେଳେ ବାପା ରଞ୍ଜିତ ଉପରେ ଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡର ନଜର ।

ଏହା ମଧ୍ୟ ପଢନ୍ତୁ-କାହିଁକି ଯୁବକଙ୍କୁ ରସିରେ ବାନ୍ଧି ଟାଣି ଟାଣି ନେଉଥିଲେ ଦୁର୍ବୃତ୍ତ ? ଶୁଣନ୍ତୁ କଣ କହୁଛନ୍ତି ପୀଡିତ

ଆଜି ରଞ୍ଜିତ ଏକ ବଡ ଧରଣର ଡିଲ କରୁଥବା ଏକ ବିଶେଷସୁତ୍ରରୁ ସୂଚନା ପାଇଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡର ଟିମ । ଏହାପରେ ଢେଙ୍କାନାଳରେ ପହଞ୍ଚି ରେଡ କରିଥିଲା ଭୁବନେଶ୍ୱର ଏକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମ । ଏହି ସମୟରେ ମାଷ୍ଟର ମାଇଣ୍ଡ ରଞ୍ଜିତକୁ ଗିରଫ କରିଥିଲା ଅବକାରୀ ବିଭାଗ । ତେବେ ଅଭିଯୁକ୍ତ ଦୁଇଟି ସ୍ଥାନରେ ଘର ଥିବା ମଧ୍ୟ ଜାଣିବାକୁ ପାଇଛି ଅବକାରି ଟିମ, ଦୁଇଟି ସ୍ଥାନରେ ଏହିପରି ଢଙ୍ଗରେ ବେପାର ଚଲାଇଥିଲେ ବାପା ପୁଅ । ଉଭୟଙ୍କ ସିଣ୍ଡିକେଟର ଖୁଲାସା ପରେ ଏବେ ଢେଙ୍କାନାଳରେ ନିଶା କାରବାର କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ପସିଛି ଛନକା । କାରଣ ରଞ୍ଜିତ ରାଡାରରେ ଥିବା ପେଡଲର ଓ ଛୋଟ ବେପାରୀଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ନିକଟରେ ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ବରରୁ ୪୦୦ ଗ୍ରାନର ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ମୂଲ୍ୟ ୪୦ ଲକ୍ଷ ହୋଇଥିବାବେଳେ, ୩ଜଣ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ପୋଲିସ କମିଶନର ସୌମନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.