ETV Bharat / city

ମଧ୍ୟରାତ୍ରୀରୁ ସାରା ରାଜ୍ୟ ଲକଡାଉନ; ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରିବେ ଜଣେ

author img

By

Published : Mar 24, 2020, 2:29 PM IST

Updated : Mar 24, 2020, 3:13 PM IST

ଲକଡାଉନ ପାଇଁ କଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । କଣ ରହିବ ଖୋଲା । କଣ ହେବ ବନ୍ଦ । କେତେବେଳେ ବାହାରିବେ ଘରୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Subrat bagchi
Subrat bagchi

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଦିନକୁ ଦିନ ରାଜ୍ୟ ସରକାର ଆହୁରି କଡା ପଦକ୍ଷେପ ନେବାରେ ଲାଗିଛନ୍ତି । ପ୍ରଥମେ 5 ଟି ପରେ 9 ଟି ଆଜି ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ରାଜ୍ୟ ସରକାରଙ୍କ ମୁଖପାତ୍ର ତଥା କୋଭିଡ-19 ମୁକାବିଲାର ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ରାଜ୍ୟବସୀଙ୍କ ହିତ ପାଇଁ ସରକାରଙ୍କୁ କଠୋର ନିଷ୍ପତି ନେବାକୁ ପଡୁଛି । ତେବେ ଲକଡାଉନରୁ ସମ୍ପୂର୍ଣ୍ଣ ରୂପେ ସମସ୍ତ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା, ବ୍ୟକ୍ତି ବିଶେଷଙ୍କୁ ଏଥିରୁ ବାଦ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଲକଡାଉନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶନାମା ମାର୍ଚ୍ଚ ୨୯ ଯାଏଁ ବଳବତ୍ତର ରହିବ । ଆଜି ସଂଧ୍ୟା ସୁଦ୍ଧା ଅନୁସୁଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବାସରୁ ଖାଲି କରାଯିବ । ସମସ୍ତ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ । ସେମାନଙ୍କୁ ସେମାନଙ୍କର ଛାତ୍ରବୃତ୍ତି ଆଗୁଆ ପ୍ରଦାନ କରାଯିବ ।

ଏତତ ବ୍ୟତୀତ ଲକଡାଉନ ବେଳେ ମେଡିକାଲ, ପାଥୋଲ୍ୟାବ କ୍ଲିନିକ, ସ୍ବାସ୍ଥ୍ଯସେବା ସହ ଜଡିତ ଅନୁଷ୍ଠାନ ପୋଲିସ, ଅଗ୍ନିଶମ, ବିଦ୍ୟୁତ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ , ଗଣମାଧ୍ୟମ ସଂସ୍ଥା ଏହି ଲକଡାଉନରୁ ବାଦ ପଡିବେ । ଏହାସହ ଲକଡାଉନ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ, ଯଥା- ଔଷଧ, କ୍ଷୀର, ଅଣ୍ଡା, ଚିକେନ, ମାଛ ପନିପରିବା ବଜାର, ଗ୍ରୋସରୀ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଜନସମାଗମକୁ କମ କରିବା ପାଇଁ ଲୋକଙ୍କୁ ଚାଲି ଚାଲି ପରିବା ହାଟ ଆସିବ ପାଇଁ ଅନୁରୋଧ କରାଯାଇଛି । ଏନେଇ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ଘୋଷଣା ରାଜ୍ୟ ସରକାର ଅପରାହ୍ନ 4.30 ରେ କରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 24, 2020, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.