ETV Bharat / city

Odisha Assembly: 3 ବର୍ଷରେ ରାଜ୍ୟରେ କେତେ ଦୁଷ୍କର୍ମ ହୋଇଛି ?

ଗତ 3 ବର୍ଷରେ ରାଜ୍ୟରେ କେତୋଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । କେଉଁ ବର୍ଷ କେତେ ମାମଲା ହୋଇଛି । ମାମାଲାର ସ୍ଥିତି କଣ । ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରଶ୍ନ କରି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

Odisha assembly
Odisha assembly
author img

By

Published : Jul 4, 2022, 4:19 PM IST

ଭୁବନେଶ୍ବର: ଗତ 3 ବର୍ଷରେ ରାଜ୍ୟରେ କେତୋଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । କେଉଁ ବର୍ଷ କେତେ ମାମଲା ହୋଇଛି । ମାମାଲାର ସ୍ଥିତି କଣ । ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରଶ୍ନ କରି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଏହାର ଜବାବ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗତ 3 ବର୍ଷରେ ରାଜ୍ୟରେ ମୋଟ 15 ହଜାର ଦୁଷ୍କର୍ମ ମାମଲା ରୁଜୁ ହୋଇଛି । 2019 ରେ 2 ହଜାର 950 ମାମଲା ରୁଜୁ ହୋଇଥିବା ବେଳେ, 2020 ରେ 2 ହଜାର 984 ମାମଲା, 2021 ରେ 3 ହଜାର 327 ମାମଲା ଓ 2022 ବର୍ତ୍ତମାନ ସୁଦ୍ଧା 868 ମାମଲା ରୁଜୁ ହୋଇଛି ।

ଏଥିରେ ରହିଛି ମୋଟ 5 ହଜାର 584 ଟି ନାବାଳିକା ଦୁଷ୍କର୍ମ ମାମଲା । ନାବାଳିକା ଦୁଷ୍କର୍ମ ମାମଲା 2019 ରେ 1 ହଜାର 635 ରୁଜୁ ହୋଇଥିବା ବେଳେ 2020 ରେ 1 ହଜାର 664, 2021 ରେ 1 ହଜାର 871 ଓ 2022 ରେ 431 ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.