ETV Bharat / city

ତୁଟୁନି କାଳିଆ କଣ୍ଟା; ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ପରେ ବିରୋଧୀ ଖଡ୍ଗହସ୍ତ - ଅର୍ଥମନ୍ତ୍ରୀ

ରାଜ୍ୟ ସରକାରଙ୍କ ଚର୍ଚ୍ଚିତ କାଳିଆ ଯୋଜନାର ପ୍ରକୃତ ହିତାଧିକାରୀ କେତେ ? କେତେ ଲୋକ ପାଇଁଛନ୍ତି କାଳିଆ ଅର୍ଥ । କେଉଁ ମନ୍ତ୍ରୀ କହୁଛନ୍ତି ସତ ? । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

kalia shceem Beneficiary
kalia shceem Beneficiary
author img

By

Published : Feb 19, 2020, 6:34 PM IST

ଭୁବନେଶ୍ବର: କାଳିଆ ହିତାଧିକାରୀ କେତେ ? ୫୧ ଲକ୍ଷ ନା ୪୩ ଲକ୍ଷ ? କୃଷିମନ୍ତ୍ରୀ ସତ କହୁଛନ୍ତି ନା ଅର୍ଥମନ୍ତ୍ରୀ ? ଏହାକୁ ନେଇ ଏବେ ବଢିଛି ଚର୍ଚ୍ଚା । କାଳିଆ କଣ୍ଟା ଯେମିତି ରାଜ୍ୟ ସରକାରଙ୍କୁ ଆହୁରି ଘାଣ୍ଟୁଛି । ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ଏହି ଚର୍ଚ୍ଚାକୁ ବଳ ଯୋଗାଇଛି ।

ତୁଟୁନି କାଳିଆ କଣ୍ଟା; ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେତେ ହିତାଧିକାରୀ ଉଠିଲା ପ୍ରଶ୍ନ?

କାରଣ ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନରେ କୃଷିମନ୍ତ୍ରୀ ବିଧାନସଭାରେ କହିଥିଲେ ରାଜ୍ୟ ସରକାର କଳିଆ ଯୋଜନା ମାଧ୍ୟମରେ ରାଜ୍ୟର 51 ଲକ୍ଷ 5 ହଜାର 290 ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ତେବେ ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି । ଏଥିରେ ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର 43 ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କୃଷିମନ୍ତ୍ରୀଙ୍କ ଉତ୍ତର ଅନୁସାରେ ବାକି 8 ଲକ୍ଷ ହିତାଧିକାରୀ ଗଲେ କୁଆଡେ । ସେମାନେ ଯୋଗ୍ୟ ନା ଅଯୋଗ୍ୟ ? କେଉଁ ମନ୍ତ୍ରୀ ମିଛ କହୁଛନ୍ତି । କୃଷି ନା ଅର୍ଥମନନ୍ତ୍ରୀ ?

ଅନ୍ୟପଟେ କୃଷିମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ପୁଣିଥରେ କହିଛନ୍ତି 45 ହଜାର 900 ଜଣ ଅଯୋଗ୍ୟ ହିତାଧିକାରୀ କଳିଆ ଟଙ୍କା ପାଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାକୁ ଟଙ୍କା ଆଦାୟ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ।

ଯାହାକୁ ନେଇ ଏବେ ସରକାରଙ୍କ ଉପରେ ବିରୋଧୀ ଖଡ୍ଗହସ୍ତ ଉଠାଇଛନ୍ତି । ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ ସରକାରଙ୍କ ସମାଲୋଚନା କରିବା ସହ ସଠିକ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.