ETV Bharat / city

ଲଡଡାଉନରେ କେମିତି ରହିଛି ଖୋଲାଥିବା ଆହାର କେନ୍ଦ୍ରର ସ୍ବଚ୍ଛତା ?

ଭୁବନେଶ୍ବରର 4ଟି ହସ୍ପିଟାଲ ସଂଲଗ୍ନରେ ଥିବା ଏହି ଆହାର କେନ୍ଦ୍ରଗୁଡିକ ଖୋଲା ରଖାଯାଇଛି । ତେବେ ଏହି ଆହାର କେନ୍ଦ୍ରରେ କିପରି ରହିଛି ସ୍ବଚ୍ଛତା, ତାର ରିଆଲିଟି ଚେକ୍‌ କରିଛି ‘ଇଟିଭି ଭାରତ’ ଟିମ ।

author img

By

Published : Mar 28, 2020, 8:49 PM IST

how-is-the-transparency-of-the-ahara-kendra-in-lockdown
ଲଡଡାଉନରେ କେମିତି ରହିଛି ଖୋଲାଥିବା ଆହାର କେନ୍ଦ୍ରର ସ୍ବଚ୍ଛତା ?

ଭୁବନେଶ୍ବର: ସାରା ଦେଶ ଏବେ ଲକଡାଉନ । ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଟକଣା କଡାକଡି । ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ବନ୍ଦ ରହିଛି ରାଜ୍ୟର ସମସ୍ତ ଆହାର କେନ୍ଦ୍ର । ମାତ୍ର ଏହା ଉପରେ ଦୈନନ୍ଦିନ ନିର୍ଭର କରୁଥିବା କିଛି ବାସହରାଙ୍କ ପାଇଁ ରାଜଧାନୀରେ ଏବେ ବି ଖୋଲା ରହିଛି 4ଟି ଆହାର କେନ୍ଦ୍ର । ଭୁବନେଶ୍ବରର 4ଟି ହସ୍ପିଟାଲ ସଂଲଗ୍ନରେ ଥିବା ଏହି ଆହାର କେନ୍ଦ୍ରଗୁଡିକ ଖୋଲା ରଖାଯାଇଛି । ତେବେ ଏହି ଆହାର କେନ୍ଦ୍ରରେ କିପରି ରହିଛି ସ୍ବଚ୍ଛତା, ତାର ରିଆଲିଟି ଚେକ୍‌ କରିଛି ‘ଇଟିଭି ଭାରତ’ ଟିମ ।

ଏ ହେଉଛି ୟୁନିଟ-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ଆହାର କେନ୍ଦ୍ର । ପୂର୍ବରୁ ଦିନ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ଆହାର କେନ୍ଦ୍ର ଏବେ ଦିନ 4ଟା ପର୍ଯ୍ୟନ୍ତ ଖୋଲା ରହୁଛି । ମାତ୍ର ପୂର୍ବାପେକ୍ଷା ଏବେ ଭିଡ ଟିକେ କମ ରହିଛି । ଲକଡାଉନ ଓ ପୋଲିସର ଭୟ ପାଇଁ କମ ସଂଖ୍ୟାରେ ଲୋକେ ଆସୁଛନ୍ତି । ସେହିପରି 1 ମିଟର ଦୂରତା ବ୍ୟବାଧାନରେ ଠିଆହେବା ସହ ସମସ୍ତଙ୍କୁ ହାତ ଧୋଇବା ପାଇଁ ହ୍ୟାଣ୍ଡୱାସ ଦିଆଯାଉଥିବା କହିଛନ୍ତି ଆହାର କେନ୍ଦ୍ର କର୍ମଚାରୀ । ତେବେ ଲକଡାଉନ ଉଠିବାପରେ ଅଧିକ ଆହାର କେନ୍ଦ୍ର ଖୋଲିବା ସହିତ ପୂର୍ବପରି ଭିଡ ଫେରିବ ବୋଲି ଆଶା କରଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.