ETV Bharat / city

ଘରୋଇ ହସ୍ପିଟାଲରେ କିଭଳି ଚାଲିଛି କୋଭିଡ ଟେଷ୍ଟ, କଣ ରହିଛି ସ୍ଥିତି ? - ରାଜ୍ୟ ସରକାର

ରାଜ୍ୟରେ ଭୀଷଣ ସ୍ଥିତିରେ ପହଁଚିଲାଣି କୋରୋନା । ସଂକ୍ରମିତ ହାର ସହ ବୃଦ୍ଧି ଘଟିବାରେ ଲାଗିଛି ମୃତ୍ୟୁ ମାମଲା । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗିବା ସହ ସୃଷ୍ଟି କରୁଛି ନୂଆ ରେକର୍ଡ । ସେପଟେ ଘରୋଇ ଲ୍ୟାବ ଗୁଡ଼ିକରେ କିଭଳି ଚାଲିଛି କୋଭିଡ ଟେଷ୍ଟ ଆଉ କେତେ ରହିଛି ମୂଲ୍ୟ । ଏନେଇ କଣ କହୁଛନ୍ତି ଭୁବନେଶ୍ବର ଏମସର ପୂର୍ବତ୍ତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ?

ଘରୋଇ ହସ୍ପିଟାଲରେ କିଭଳି ଚାଲିଛି କୋଭିଡ ଟେଷ୍ଟ, କଣ ରହିଛି ସ୍ଥିତି ?

author img

By

Published : Jul 7, 2020, 9:16 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଭୀଷଣ ଭାବରେ ବଢ଼ିବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସୃଷ୍ଟି କରୁଛି। ରାଜ୍ୟରେ କୋରୋନା ସଂକ୍ରମଣ ଅଣାୟତ ହେବାରେ ଲାଗଛି। ଯେଉଁ ଭଳି ଭାବରେ କରୋନା ରାଜ୍ୟରେ ବ୍ୟାପିବାରେ ଲାଗିଛି । ସେହି ଅନୁପାତରେ ଟେଷ୍ଟ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଘରୋଇ ହସ୍ପିଟାଲରେ କିଭଳି ଚାଲିଛି କୋଭିଡ ଟେଷ୍ଟ, କଣ ରହିଛି ସ୍ଥିତି ?

ସେ କହିଛନ୍ତି ଏବେ ଯେପରି ଟେଷ୍ଟ କରାଯାଉଛି ଫେବୃଆରୀ ମାସରେ ରାଜ୍ୟରେ ସେପରି ଟେଷ୍ଟ କରାଯାଇନଥିଲା। ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ 6 ହଜାର କୋରୋନା ଟେଷ୍ଟ ହେଉଥିବାବେଳେ ସେଥି ମଧ୍ୟରୁ ପାଞ୍ଚ ଶହ ପାଖାପାଖି ରିପୋର୍ଟ ପଜିଟିଭ ବାହାରୁଛି । କିନ୍ତୁ ରାଜ୍ୟର ସ୍ଥିତି ଅନୁଯାୟୀ ଏହି ଟେଷ୍ଟ ସଂଖ୍ୟା 10ରୁ 15 ହଜାରକୁ ବୃଦ୍ଧି କରିବା ଦରକାର । ସେପଟେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ କୋଭିଡ ଟେଷ୍ଟ କରିବାରେ ବର୍ତ୍ତମାନ ସେତେ ମାତ୍ରାରେ ସକ୍ଷମ ହୋଇନଥିବା କହିଛନ୍ତି ଅଶୋକ ମହାପାତ୍ର । ଆବଶ୍ୟକୀୟ ଟ୍ରେଡିଂ କର୍ମଚାରୀ, ପର୍ଯ୍ୟାପ୍ତ କୋରୋନା କିଟ, ଲାବୋରୋଟାରୀ ସହ ଉନ୍ନତ ଯନ୍ତ୍ରପାତୀ ଏବଂ NABL ସ୍ବୀକୃତି ପ୍ରାପ୍ତ ହେବା ଆବଶ୍ୟକ । NABL ସ୍ବୀକୃତି ପ୍ରଦାନ କଲେ ହିଁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବ ICMR ।

ଅନ୍ୟପଟେ RT-PCR ମେସିନର ମୂଲ୍ୟ 15 ଲକ୍ଷ ରହୁଥିବା ବେଳେ ଘରୋଇ ମେଡ଼ିକାଲ ଗୁଡ଼ିକରେ ଅଧିକ ମାତ୍ରାରେ ଏହି ମେସିନ ରଖିବା ସମ୍ଭବ ହେଉ ନାହିଁ । ତେଣୁ ଏହି ସବୁ ଅଭାବ ହିଁ ଘରୋଇ ହସ୍ପିଟାଲ ଗୁଡ଼ିକୁ କୋରୋନା ପରୀକ୍ଷା କରିବାରେ ସକ୍ଷମ କରିନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ଏମସର ପୂର୍ବତ୍ତନ ନିର୍ଦ୍ଦେଶକ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଘରୋଇ ଲ୍ୟାବରେ କୋଭିଡ ପରୀକ୍ଷା ମୂଲ୍ୟ ରହିଛି 22ଶହ ଟଙ୍କା । ତେବେ ସରକାର ଯଦି ଘରୋଇ ହସ୍ପିଟାଲ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦିଅନ୍ତେ, ତେବେ ସୂଚାରୁରୂପେ ଘରୋଇ ହସ୍ପିଟାଲରେ ଆବଶ୍ୟକ କୋରୋନା ପରିକ୍ଷା ହୋଇପାରନ୍ତା ବୋଲି କହିଛନ୍ତି ଅଶୋକ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.