ଭୁବନେଶ୍ବର: ନିଶା ମାଫିଆ କାହ୍ନା ଓରଫ କୃଷ୍ଣଚନ୍ଦ୍ର ନାଥର ଘର ଉପରେ ଚଢ଼ିଲା ବୁଲଡୋଜର । ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା ଅଞ୍ଚଳରେ ସରକାରୀ ଜାଗାକୁ ଜବରଦଖଲ କରି ଘର ତିଆରି କରିଥିଲା । ବେଆଇନ ଭାବେ ଠିଆ ହୋଇଥିବା ଘରକୁ ବିଏମସି ଏବଂ ମଞ୍ଚେଶ୍ବର ପୋଲିସ ସହାୟତାରେ ଭାଙ୍ଗି ଦିଆଯାଇଛି ।
କାହ୍ନା ବ୍ରାଉନସୁଗାର ବେପାର କରି ଏହି ଘର ବନାଇଥିଲେ । ପୂର୍ବରୁ ଅନେକ ଥର କମିଶନରେଟ ପୋଲିସ ତାକୁ ଗିରଫ କରିଛି । ବାରମ୍ବାର ଜେଲରୁ ମୁକୁଳି ପୁଣି ନିଶା କାରବାରରେ ଲିପ୍ତ ରହୁଥିଲା । ଫଳରେ ରାଜଧାନୀର ଅନେକ ଯୁବଗୋଷ୍ଠୀ ନିଶା କାରବାରର ଶିକାର ହେଉଥିଲେ । କାହ୍ନା ନାଁରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୬ଟି ନିଶା କାରବାରର ଅପରାଧ ରହିଛି । ମଞ୍ଚେଶ୍ବର ଥାନା ପକ୍ଷରୁ ଘର ଭାଙ୍ଗିବାକୁ ବିଏମସିକୁ ଚିଠି ପଠାଯାଇଥିଲା । ଏହାପରେ ପୋଲିସ ଘରକୁ ମାଟିରେ ମିଶାଇ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର