ଭୁବନେଶ୍ବର: ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ଗସ୍ତ କରିବ ଗୃହ କମିଟି(House Committee to visit the SC and ST institutes) । ଏ ନେଇ ଆଜି ବିଧାନସଭାର କମିଟି-୮ର ବୈଠକ ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ଗସ୍ତ କରିବ ଗୃହ କମିଟି ।
ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆଦିବାସୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ଅନ୍ତେବାସୀଙ୍କର ଜୀବନ ଧାରଣର ମାନ, ଆଦିବାସୀ ବିଦ୍ୟାଳୟମାନଙ୍କରେ ଶିକ୍ଷାର ଗୁଣାତ୍ମକମାନ, ରାଜ୍ୟ ଗଣ ଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟ ଗୁଡିକ ତୁଳନାରେ ଆଦିବାସୀ ବିଦ୍ୟାଳୟ ମାନଙ୍କର ହାଇସ୍କୁଲ ପରୀକ୍ଷା ଫଳ ଆଦି ବିଷୟରେ କମିଟି ତଥ୍ୟ ସଂଗ୍ରହ କରିବ । ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଗବେଷଣା ତଥା ତାଲିମ ପ୍ରତିଷ୍ଠାନ ବିଗତ ୧୦ ବର୍ଷ ମଧ୍ୟରେ ଯଦି କିଛି ଗବେଷଣା କରିଥାଏ, ସେ ସମ୍ପର୍କିତ ତଥ୍ୟ ଓ ଏହାର ସୁଧାର ତଥା ଉନ୍ନତି ପାଇଁ ସରକାରଙ୍କୁ କମିଟି ପରାମର୍ଶ ଦେବ ।
ସ୍ଵାଧୀନତା ଆନ୍ଦୋଳନ ସମୟରେ ଆମ ରାଜ୍ୟର ଆଦିବାସୀ ମାନଙ୍କର ପ୍ରମୁଖ ଭୂମିକା ଥିଲା । ଇଂରେଜ ମାନଙ୍କ ଗୁଳିରେ ବହୁ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ । ଏହି ସଂଗ୍ରାମୀ ଆଦିବାସୀ ମାନଙ୍କ ଉପରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଗବେଷଣା ତଥା ତାଲିମ୍ ପ୍ରତିଷ୍ଠାନ କି କି ଗବେଷଣା କରିଛନ୍ତି ତାହାର ତଥ୍ୟ ସଂଗ୍ରହ କରିବ କମିଟି ।
ଇଟିଭି ଭାରତ, ଭୁବନେଶ୍ବର