ETV Bharat / city

ଅବହେଳିତ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତି

author img

By

Published : Jun 5, 2021, 7:30 PM IST

ଦିନ ଥିଲା ରାଜଧାନୀର ପ୍ରମୁଖ ପରିଚୟ କହିଲେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତିକୁ ବୁଝାଯାଉଥିଲା। ଏହାର ନିର୍ମାଣ ଶୈଳୀ ଏବଂ ମୂର୍ତ୍ତିରେ ରହିଥିବା କଳାକୃତି ଆମ ରାଜ୍ୟର ଉତ୍କୃଷ୍ଟ କଳା ସଂସ୍କୃତିର ପରିଚୟ ଦେଇଥିଲା। ମାତ୍ର ଏବେ ଅବହେଳିତ ଅବସ୍ଥାରେ ରହିଛି ଘୋଡ଼ା ମୂର୍ତ୍ତି । ଅଧିକ ପଢନ୍ତୁ...

ଅବହେଳିତ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତି
ଅବହେଳିତ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତି

ଭୁବନେଶ୍ବର: ଦିନ ଥିଲା ରାଜଧାନୀର ପ୍ରମୁଖ ପରିଚୟ କହିଲେ ମାଷ୍ଟରକ୍ୟାଣ୍ଟିନ୍‍ ଛକର ଘୋଡ଼ା ମୂର୍ତ୍ତିକୁ ବୁଝାଯାଉଥିଲା। ଏହାର ନିର୍ମାଣ ଶୈଳୀ ଏବଂ ମୂର୍ତ୍ତିରେ ରହିଥିବା କଳାକୃତି ଆମ ରାଜ୍ୟର ଉତ୍କୃଷ୍ଟ କଳା ସଂସ୍କୃତିର ପରିଚୟ ଦେଇଥିଲା। ଏବେ ସମୟ ବଦଳିଛି। ରାଜଧାନୀ ଭୁବନେଶ୍ବରର କଳେବର ବୃଦ୍ଧି ଘଟିଛି।

ସମୟକ୍ରମେ ଏହା ସ୍ମାର୍ଟସିଟିର ରୂପ ନେଇଛି। ବ୍ୟବସାୟ ଓ ଶିକ୍ଷାର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏହାର ସଂସ୍କୃତି ଓ ଐତିହ୍ୟ ବିଶ୍ବ ଦରବାରରେ ଚମକିଛି। ହେଲେ ଯେଉଁ କଳା ସଂସ୍କୃତିକୁ ନେଇ ରାଜଧାନୀ ତାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ତାହା ଏବେ ଅସୁରକ୍ଷିତ।

ଅବହେଳିତ ଅବସ୍ଥାରେ ଏହି ଘୋଡ଼ାଟି ଥିବାବେଳେ ସେଥିରୁ ଟାଇଲଗୁଡ଼ିକ ଖସି ଖଣ୍ଡିଆ ଖାବରା ମୂର୍ତ୍ତିକୁ ଅସୁନ୍ଦର କରିଛି। ଏହାର ଚତୁଃପାର୍ଶ୍ବରେ ଥିବା ଲୁହା ବ୍ୟାରିକେଡ ଭାଙ୍ଗିରୁଜି ଯାଇଥିବାବେଳେ ବିଭିନ୍ନ ଅନାବନା ଗଛରେ ଅଳିଆ ଆବର୍ଜନା ପରିବେଶ ସୃଷ୍ଟି ହୋଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୭୯ରେ ଏହି ମୂର୍ତ୍ତିର ନିର୍ମାଣ କରିଥିଲେ ପ୍ରଖ୍ୟାତ ପ୍ରସ୍ଥରଶିଳ୍ପୀ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର। ତାଙ୍କ ନିହାଣ ମୂନରେ ଜୀବନ୍ତ ଭାବେ ଗଢ଼ିଉଠିଥିଲା ଏହି ମୂର୍ତ୍ତି। ସେତେବେଳେ ତାଙ୍କୁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିଥିଲା।

ମୂର୍ତ୍ତି ନିର୍ମାଣ ପାଇଁ ନେତୃତ୍ବ ନେଇଥିବା ଇଣ୍ଡିଆନ ଅଏଲ କର୍ପୋରେସନ ଏ ବାବଦରେ ପାରିଶ୍ରମିକ ଭାବେ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲା। କୋଣାର୍କ ମନ୍ଦିରର ଅଶ୍ବ ଦ୍ବାରରେ ଥିବା ଏକ ଅଶ୍ବ ଭଳି ଅବିକଳ ପ୍ରତିମୂର୍ତ୍ତି ସେ ତିଆରି କରିଥିଲେ।

୨୪ ଫୁଟ ଲମ୍ବା ଓ ୨୦ ଫୁଟ ଉଚ୍ଚ ଏହି ଘୋଡ଼ା ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକରେ ଠିଆ ହେଲା। ଖୁବ୍ କମ୍ ଦିନ ମଧ୍ୟରେ ଏହା ରାଜଧାନୀର ପରିଚୟ ପାଲଟିଗଲା। ମାଷ୍ଟରକ୍ୟାଣ୍ଟିନ୍ କହିଲେ, ପଥର ଉପରେ ଛିଡ଼ା ହୋଇଥିବା ଘୋଡ଼ା ଆଖି ସାମ୍ନାକୁ ଚାଲି ଆସେ। ଏଘୋଡ଼ା କେତେ ଶୋଭାଯାତ୍ରା କେତେ ଧାରଣା ଦେଖିଛି। ଫନି, ଫାଇଲିନ, ହୁଡ଼ହୁଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା ବି କରିଛି।

ଘୋଡ଼ା ପ୍ରତିମୂର୍ତ୍ତି ଥିବା ମଞ୍ଚରୁ ଟାଇଲ ଛାଡ଼ି ଯିବା ସହ ଅନାବନା ଗଛ ମାଡ଼ି ଯାଇଛି। ମଞ୍ଚର ଇଟା ଫାଟି ଆଁ କରିଥିଲାବେଳେ ଘୋଡ଼ା ମୂର୍ତ୍ତି ଉପରେ ଶିଉଳି ଲାଗିଗଲାଣି। ଏ ପରିଚୟକୁ ବଞ୍ଚାଇବା ଲାଗି ବିଡିଏ ଓ ବିଏମ୍‌ସିର କୌଣସି ଆନ୍ତରିକତା ଥିଲା ଭଳି ମନେ ହେଉନାହିଁ।

ଏମିତି ଆଉ କିଛି ଦିନ ରହିଲେ ପ୍ରତିମୂର୍ତ୍ତି କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହିହେବ ନାହିଁ। ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ପାଇଁ କାହିଁ କେତେ କ’ଣ ଯୋଜନା ହେଉଛି। ରାଜଧାନୀର ସବୁ କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କାଯାଇଛି। ହେଲେ କୋଣାର୍କ ଭଳି ଓଡ଼ିଶାର ଗୌରବକୁ ସାଇତି ରଖିଥିବା ଏହି ଘୋଡ଼ାକୁ କ’ଣ ପାଇଁ ଉପେକ୍ଷା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

bbsr news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.