ଭୁବନେଶ୍ବର: ଭୁବନେଶ୍ବର ଫାୟାର ଷ୍ଟେସନରେ ଅଚାନକ ରାଜ୍ୟ ଗୃହମନ୍ତ୍ରୀ । ଅଗ୍ନି ନିରାପତ୍ତା ପ୍ରସ୍ତୁତି ନେଇ ଯାଞ୍ଚ କଲେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। କିପରି ରହିଛି ଫାୟାର ୟୁନିଟ । ଅପ୍ରିତିକର ପରିସ୍ଥିତି ମୁକାବିଲା ନେଇ କେତେ ପ୍ରସ୍ତୁତ ଫାୟାର ୟୁନିଟ । ଏନେଇ ଯାଞ୍ଚ କରିଥିଲେ ।
ଫାୟାର ଏକସଟନସେର, ଫାୟାର ଟାଙ୍କର, କଟର, ଡ୍ରିଲ, ହାଇଡ୍ରୋଲିକ ସିଷ୍ଟମର ମଧ୍ୟ ଯାଞ୍ଚ କରିଥିଲେ ଗୃହମନ୍ତ୍ରୀ । ଏନେଇ ଚିଫ୍ ଫାୟର ଅଫିସର, ଭୁବନେଶ୍ବର ଫାୟାର ଅଧିକାରି ପ୍ରମୁଖ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀଙ୍କ ଏହା ଅଚାନକ ଗସ୍ତ ଥିଲା । ଯାହା ଫାୟାର ସର୍ଭିସ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ