ETV Bharat / city

ମହାଳୟ ପାଇଁ ବିନ୍ଦୁସାଗରରେ ଭିଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 25, 2022, 1:22 PM IST

ପବିତ୍ର ମହାଳୟା ପାଇଁ ବିନ୍ଦୁସାଗରେର ପିଣ୍ଡଦାନ କରିବାକୁ ଲୋକଙ୍କ ଭିଡ । ମହାଳୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନର ପିଣ୍ଡଦାନରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଥିବାରୁ ଆତ୍ମୀୟ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି । ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ପୁରୀ ବଡ ଦେଉଳ ବାଇଶ ପାହାଚରେ ପିଣ୍ଡଦାନ ହୁଏ ।

ମହାଳୟ ପାଇଁ ବିନ୍ଦୁସାଗରରେ ଭିଡ

ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । ଏନେଇ ଆଜି ପୁରୀ ଓ ଭୁବନେଶ୍ବରର ବିନ୍ଦୁସାଗରରେ ପିଣ୍ଡଦାନ ପାଇଁ ଲାଗିଛି ଆତ୍ମୀୟସ୍ଵଜନଙ୍କ ଭିଡ । ବିନ୍ଦୁସାଗର କୂଳରେ ବ୍ରାହ୍ମଣଙ୍କ ମନ୍ତ୍ରତତ୍ତ୍ୱ ସହ ପିତୃପୁରୁଷଗଣଙ୍କ ମୋକ୍ଷ ପାଇଁ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଛନ୍ତି । ଏହାକୁ ନେଇ ବିନ୍ଦୁସାଗର ଓ କୂଳ ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । କାରଣ ଗତଦୁଇ ବର୍ଷ ହେବ ଏହି ସବୁ ସ୍ଥାନରେ ପିତୃପୁରୁଷଗଣଙ୍କ ପାଇଁ ତର୍ପଣ କରିବାର ସୁଯୋଗ ପାଇଛନ୍ତି ଆତ୍ମୀୟ । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିଡ ଥିବାରୁ ଏଭଳି ଜାମ ଦେଖିବାକୁ ମିଳିଛି । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଆଜି ହେଉଛି ଶେଷ ଦିନ ।

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ଆଶ୍ବିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ଜଣା । ଏହି ପକ୍ଷରେ ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାକୁ ମହାଳୟା ଶ୍ରଦ୍ଧ କୁହାଯାଏ ।

ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ । ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ବରୀଙ୍କ "ଧବଳମୁଖୀ ବେଶ" ହୋଇଥାଏ ।

ପବିତ୍ର ମହାଳୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ସେ ଟ୍ବିଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମା' ଦୁର୍ଗା ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.