ETV Bharat / city

Hockey Junior National Championships: ସେମିରେ ହାରିଲା ଓଡିଶା - ହକି ନ୍ୟାସନାଲ ଚାମ୍ପିଅନସିପ୍‌ ସେମିଫାଇନାଲ

ଏକାଦଶତମ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧ର ଫାଇନାଲରେ ହକି ଚଣ୍ଡିଗଡ ଓ ହକି ଉତ୍ତର ପ୍ରଦେଶ । ଅଧିକ ପଢନ୍ତୁ

Hockey Junior National C'ships: Chandigarh, Uttar Pradesh storm into finals
Hockey Junior National Championships: ସେମିରେ ହାରିଲା ଓଡିଶା
author img

By

Published : Dec 25, 2021, 8:39 PM IST

କୋଭିଲପଟ୍ଟି(ତାମିଲନାଡୁ): ଚଳିତ ଏକାଦଶତମ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହକି ଚଣ୍ଡିଗଡ ଓ ହକି ଉତ୍ତର ପ୍ରଦେଶ ବିଜୟ ସହ ପ୍ରତିଯୋଗିତାର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ପ୍ରଥମ ସେମିଫାଇନାଲ ହକି ଆସୋସିଏସନ ଅଫ୍‌ ଓଡିଶା ଓ ହକି ଚଣ୍ଡିଗଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ କଡା ସଂଘର୍ଷପୂର୍ଣ୍ଣ ରହିଛି । ମ୍ୟାଚ୍‌ର ସଂପୂର୍ଣ୍ଣ ୬୦ ମିନିଟ ଖେଳ ପରେ କୌଣସି ଟିମ ବିଜେତା ହୋଇନଥିଲେ । ଉଭୟଙ୍କ ସ୍କୋର ୨-୨ରେ ବରାବର ରହିଥିଲା । ଫଳରେ ପେନାଲିଟି ସୁଟ୍‌ଆଉଟ୍‌ ଜରିଆରେ ବିଜେତା ନିର୍ଣ୍ଣୟ ପାଇଁ ସ୍ଥିର ହୋଇଥିଲା । ହକି ଚଣ୍ଡିଗଡ ୩-୦ ଗୋଲ୍‌ରେ ବାଜି ମାରିନେଇଥିଲା । ଓଡିଶା ପକ୍ଷରୁ ସୁଦୀପ ଚିରମାକୋ(୧୧') ଓ ପ୍ରଶାନ୍ତ ଲାକ୍ରା(୩୭')ତମ ମିନିଟ୍‌ର ଗୋଲ୍‌ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Athletics in 2021: ନୀରଜଙ୍କ ଅଲମ୍ପିକ୍‌ ସ୍ବର୍ଣ୍ଣରୁ ଭାରତୀୟ ଆଥଲେଟିକ୍ସର ନୂଆ ଯୁଗ ଆରମ୍ଭ

ଅନ୍ୟପଟେ ଦ୍ବିତୀୟ ସେମିଫାଇନାଲରେ ଉତ୍ତର ପ୍ରଦେଶ ହକି ୮-୩ ଗୋଲ୍‌ରେ ହକି ହରିୟାଣାକୁ ହରାଇ ଫାଇନାଲ ଟିକେଟ ହାତେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.