ETV Bharat / city

ଆଧୁନିକ LHB କୋଚ୍ ସହ ଗଡିବ ହୀରାଖଣ୍ଡ ଏକ୍ସପ୍ରେସ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ - ରେଳମନ୍ତ୍ରୀ

ଆଧୁନିକ LHB କୋଚ ସହ ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ । ଯାତ୍ରୀଙ୍କୁ ଉତ୍ତମ, ଆରାମଦାୟକ ଓ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମ୍ୟାନ-ବସ୍ (LHB) କୋଚ ସହିତ ଭୁବନେଶ୍ବର-ଜଗଦଲପୁର- ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରିବାକୁ ନେଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଆଧୁନିକ LHB କୋଚ୍ ସହ ଗଡିବ ହୀରାଖଣ୍ଡ ଏକ୍ସପ୍ରେସ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Sep 10, 2021, 8:52 PM IST

Updated : Sep 10, 2021, 9:45 PM IST

ଭୁବନେଶ୍ବର: ଆଧୁନିକ ଏଲଏଚବି କୋଚ୍ ସହ ଗଡିବ ହୀରାଖଣ୍ଡ ଏକ୍ସପ୍ରେସ । ଆଧୁନିକ ଏଲଏଚବି କୋଚ ସହ ହୀରାଖଣ୍ଡ ଏକ୍ସପ୍ରେସର ଆଜି(ଶୁକ୍ରବାର) ଶୁଭାରମ୍ଭ ହୋଇଛି । ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ସବୁଜ ପତାକା ଦେଖାଇ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ । ଯାତ୍ରୀମାନଙ୍କୁ ଉତ୍ତମ, ଆରାମଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମ୍ୟାନ-ବସ୍ (LHB) କୋଚ ସହିତ ଭୁବନେଶ୍ବର-ଜଗଦଲପୁର- ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଆଧୁନିକ LHB କୋଚ୍ ସହ ଗଡିବ ହୀରାଖଣ୍ଡ ଏକ୍ସପ୍ରେସ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସ ଆଜିଠାରୁ ଭୁବନେଶ୍ବରରୁ ଜଗଦଲପୁରରୁ LHB କୋଚ୍ ସହିତ ଯାତାୟାତ କରିବ । ସ୍ପେଶାଲ ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ପୂର୍ବ ଭଳି 12 କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଚଳାଚଳ କରିବ । ଏହାର ଗଠନରେ କେବଳ ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ LHB କୋଚ୍ ଦ୍ବାରା ଚଳାଚଳ ହେବ ।

ଏଲଏଚବି କୋଚର ଅନେକଗୁଡିଏ ବୈଶିଷ୍ଟତା ରହିଛି । ଏହା ଆଣ୍ଟି ଟେଲିସ୍କୋପିକ ଅଟେ । ଦ୍ବୈତ ବଫର ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲଏଚବି କୋଚ ଦୁର୍ଘଟଣା ସମୟରେ କୋଚ ଉପରେ କୋଚ ଚଢି ନ ଯାଇ ପାଖାପାଖି ହୋଇ ରହିଯାଏ ଏବଂ କୋଚଗୁଡିକ ପୂର୍ବ କୋଚ ଭଳି ଓଲଟି ଯାଇନଥାଏ | ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ଅଟେ । ଏହାମଧ୍ୟ ପୂର୍ବ ପ୍ରଚଳିତ କୋଚ ତୁଳନାରେ କମ ଖର୍ଚ୍ଚରେ ଉପଲବ୍ଧ ଅଟେ।

କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେଲକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ହୀରାଖଣ୍ଡ ଏକ୍ସପ୍ରେସରେ ଅତ୍ୟାଧୁନିକ ଏଲଏଚବି ରେକ ବ୍ୟବସ୍ଥା ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ରେଳ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ତଥା ଆରାମକୁ ପ୍ରାଥମିକତା ଦିଆଯିବ । ଏଲଏଚବି ରେକ ବ୍ୟବସ୍ଥା ଜରିଆରେ କୋଚରେ ଅଧିକ ଯାତ୍ରୀଙ୍କ ପାଇଁ ସିଟ୍ ସମ୍ଭବ ହୋଇପାରିବ । ଏହାସହିତ ଦୁର୍ଘଟଣା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ବ୍ୟବସ୍ଥିତ କରି ହେବ । ପୂର୍ବରୁ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ରେକ ବ୍ୟବସ୍ଥା ବ୍ୟବହାର ହୋଇ ଆସୁଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 10, 2021, 9:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.