ଭୁବନେଶ୍ବର: ସେବାୟତଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲା ହିନ୍ଦୁ ଜାଗରଣ ମଞ୍ଚ । ମହାମାରୀ କୋରୋନା ସମୟରେ ବେଶ ପ୍ରଭାବିତ ହୋଇଛନ୍ତି ସେବାୟତମାନେ । ଆଜି ଭୁବନେଶ୍ବର ଆଖଣ୍ଡଳଣି ମନ୍ଦିର ପରିସରରେ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ସେବାୟତମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।
ମନ୍ଦିର ପୂଜକଙ୍କୁ ହିନ୍ଦୁ ଜାଗରଣ ମଞ୍ଚ ସହାୟତା କୋରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ରାଜ୍ୟର ସମସ୍ତ ଦେବାଳୟ ବନ୍ଦ ରହିଛି । ବନ୍ଦକୁ ନେଇ ଦେବନୀତିକୁ ବୃତ୍ତି କରି ବଞ୍ଚିଥିବା ମନ୍ଦିର ପୂଜକ ମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ତେଣୁ ଏହି ମନ୍ଦିର ପୂଜକ ମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ହିନ୍ଦୁ ଜାଗରଣ ମଞ୍ଚ । ଜାଗରଣ ମଞ୍ଚ ପକ୍ଷରୁ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ବିପତ୍ତି ସମୟରେ ଅସୁବିଧାରେ ଥିବା ମନ୍ଦିର ପୂଜକ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ଜାଗରଣର କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।
ତେବେ ଏମାନେ ଭୁବନେଶ୍ବର ୟୁନିଟ ୨ ଅଖଣ୍ଡଳମଣି ମନ୍ଦିରରେ ୪୦ରୁ ଊର୍ଦ୍ଧ୍ବ ବ୍ରାହ୍ମଣକୁ ବା ପୂଜକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଜାଗରଣ ମଞ୍ଚର ପ୍ରଦେଶିକ ସଂଗଠନ ସମ୍ପାଦକ ତନ୍ମୟ ଦାସ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ