ETV Bharat / city

ହାଇଭୋଲ୍ଟେଜ ପଲିଟିକାଲ ଷ୍ଟଣ୍ଟ ବନାମ ଚାଷୀ ସମସ୍ୟା - BJD BJP

ଦୀର୍ଘ 6 ଦିନ ହେବ ବିଧାନସଭାରେ ଲାଗିରହିଥିଲା ଅଚଳାବସ୍ଥା । ଚାଷୀ ସମସ୍ୟା ଓ ବିଜେପି ବିଧାୟକଙ୍କ ଆତ୍ମହତ୍ୟାକୁ ପ୍ରମୁଖ ପ୍ରସଙ୍ଗ ଜୋର ଧରିଥିଲା ରାଜନୀତି । ଆଉ ଆରମ୍ଭ କରିଥିଲେ ରାଜ୍ୟ ମୁଖିଆଙ୍କୁ ଖୋଜା ଅଭିଯାନ । ପ୍ରଥମେ ବିଜେଡି ଆଉ ପରେ ତାଙ୍କୁ ପାଛୋଟି ନେବାପାଇଁ ପଛେପଛେ ବିଜେଡି । ବାସ ଏଇଠୁ ଆରମ୍ଭ ହୋଇଗଲା ହାଇ ଭୋଲଟେଜ ଡ୍ରାମା । ହେଲେ ଏସବୁ ମଧ୍ୟରେ କେତେ ଲାଭାନ୍ବିତ ଚାଷୀ ? ଅଧିକ ପଢନ୍ତୁ...

politics
ହାଇଭୋଲ୍ଟେଜ ପଲିଟିକାଲ ଷ୍ଟଣ୍ଟ ବନାମ ଚାଷୀ ସମସ୍ୟା
author img

By

Published : Mar 19, 2021, 2:09 PM IST

Updated : Mar 19, 2021, 2:58 PM IST

ଭୁବନେଶ୍ବର: ହାଇ ଭୋଲ୍ଟେଜ ପଲିଟିକାଲ ଷ୍ଟଣ୍ଟ ବନାମ ଚାଷୀ ସମସ୍ୟା । ରାଜ୍ୟ ରାଜନୀତି ଇତିହାସର ବିରଳ ଦୃଶ୍ୟ । ଯେଉଁ ଚିତ୍ର ଥିଲା ଦେଶର ସମ୍ପୂର୍ଣ୍ଣ ନୂଆ । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ୬ ଦିନ ହେଲା ବିଧାନସଭାରେ ଲାଗିରହିଥିଲା ଅଚଳାବସ୍ଥା । ଦେଖାନଥିଲେ ରାଜ୍ୟ ମୁଖିଆ । ଯାହାକୁ ନେଇ ରାଜ୍ୟର ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋର ଧରିଥିଲା ରାଜନୀତି । ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଆଉ ଏ ଶାଣିତ ଆକ୍ରମଣରେ ଏକ ପ୍ରକାର ଅସହାୟ ହୋଇପଡିଥିଲା ଶାସକ ଦଳ ।

ହାଇଭୋଲ୍ଟେଜ ପଲିଟିକାଲ ଷ୍ଟଣ୍ଟ ବନାମ ଚାଷୀ ସମସ୍ୟା

ରାଜ୍ୟରେ ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ ଉଠୁନଥିବା ଅଭିଯୋଗ ଆଣି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସଙ୍କ ଆତ୍ମହତ୍ୟା ଉଦ୍ୟମ ସରକାରୀ ଦଳ ଲାଗି ସଂଜୀବନି ସଦୃଶ ହୋଇଥିଲା । ବିଧାନସଭା ପରି ପବିତ୍ର ଗୃହରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କରିଥିଲା ବିଜେଡି । ଜଣେ ଲୋକ ପ୍ରତିନିଧି ଆତ୍ମହତ୍ୟା ଉଦ୍ୟମ କରିବା ଏକ ଖରାପ ପରମ୍ପରା ସୃଷ୍ଟି କରିଥିବା ଅଭିଯୋଗ କଲା ବିଜେଡି । ସୁବାସ କ୍ଷମା ମାଗିବା ଜିଦ୍‌ରେ ଅଟଳ ରହିଥିଲା ବିଜେଡି । ଏହାକୁ ନେଇ ଗୃହ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଥିଲା । ଏ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ହେଲେ ବାହାରି ପାରିନଥିଲା ସମାଧାନର ବାଟ । ବିଜେଡି ଅଟଳ ରହିଥିବାରୁ ବିଜେପି ମଧ୍ୟ କାଉଣ୍ଟର ଆଟାକ୍‌ ମୁଡ୍‌କୁ ଆସିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବାକୁ ଅଭିଯାନ ଆରମ୍ଭ କରିଥିଲା ବିଜେପି । ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସୁନଥିବାରୁ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି ।

ଆଜି ବିଜେପି ଏହି ପ୍ରସଙ୍ଗକୁ ଜୋର ଦେବା ପୂର୍ବାନୁମାନ କରି ପାରିଥିଲା ବିଜେଡି । ତେଣୁ ଗୃହ ଆରମ୍ଭ ପୂର୍ବରୁ 50ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ VC ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତି ଜଣାଇଥିଲେ । ଗୃହର ଅଚଳାବସ୍ଥା କିପରି ଦୂର ହେବ ଓ ସ୍ଵାଭିବିକ ସ୍ଥିତି କିପରି ଫେରିବ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା କହିଥିଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।

ଏହାପରେ ବିଜେପି ପାଲଟା ରାଜନୈତିକ ଗୋଟି ଚାଳନା କରିଥିଲା । ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ପଦଯାତ୍ରାରେ ବାହାରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ହାତରେ ପ୍ଲାକାର୍ଡ ଧରି ଯାତ୍ରା ଆରମ୍ଭ କରିଥିଲା ବିଜେପି । ବିଧାନସଭାରୁ ନବୀନ ନିବାସ ଚାଲି ଚାଲି ଯାଇଥିଲେ ବିଜେପି ବିଧାୟକ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ବହାରିଛୁ । ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ ପଚାରିବୁ । ଗୃହ ଦୀର୍ଘ ଦିନ ହେଲା ଅଚଳ ହୋଇଛି । ଏ ନେଇ ସେ କଣ ପଦକ୍ଷେପ ନେଇଛନ୍ତି ? ଚାଷୀଙ୍କ ସମସ୍ୟା ସମାଧାନ ଲାଗି କଣ ବ୍ୟବସ୍ଥା କରିଛନ୍ତି ? ରାଜନୈତିକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟ ବୁଲୁଛନ୍ତି । ବିଧାନସଭା କାହିଁକି ଆସୁନାହାନ୍ତି ବୋଲି ଆମେ ପ୍ରଶ୍ନ କରିବୁ ବୋଲି କହିଥିଲେ ବିଜେପିର ଏହି ଫାୟାର ବ୍ରାଣ୍ଡ ବିଧାୟକ ।

ଏଭଳି ଢଙ୍ଗରେ ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ୬ ଦିନ ହେଲା ଗୃହ ଅଚଳ ପରେ ଆଜି ଗୃହ ବାହାରେ ଦେଖିବାକୁ ମିଳିଥିଲା ଏ ଭଳି ବିଚିତ୍ର ସ୍ଥିତି । ସେପଟେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ଯାଉଥିଲେ ବିଜେଡି ବିଧାୟକଙ୍କ ଶୋଭାଯାତ୍ରା । ଆମେ ବିଜେପି ବିଧାୟକଙ୍କୁ ପାଛୋଟି ନେଉଛୁ ବୋଲି କହିଥିଲେ ବିଜେଡି ବିଧାୟକ ।

ସେପଟେ ବିଜେପି ବିଧାୟକଙ୍କୁ ସ୍ୱାଗତ କରିବା ଲାଗି ନବୀନ ନିବାସରେ ପ୍ରସ୍ତୁତ ଥିଲେ ବିଜେଡିର ମହିଳା, ୟୁଥ ଓ ଷ୍ଟୁଡେଣ୍ଟ ବ୍ରିଗେଡ । ନଥିଲା ହାତରେ ଶଙ୍ଖ ଓ ସ୍ୱାଗତ ଥାଳି ଧରି ଅପେକ୍ଷା କରିଥିଲେ । ବର୍ଷ ତମାମ ନିବାସ ଆଗରେ ରହୁଥିବା ସୁରକ୍ଷା ବଳୟ ମଧ୍ୟ ଆଜି ହଟି ଯାଇଥିଲା । ହାତ ଗଣତି ସୁରକ୍ଷାକର୍ମୀଙ୍କୁ ଛାଡି ଦେଲେ ନବୀନ ନିବାସରେ ନଥିଲା କଡା ସୁରକ୍ଷା ବ୍ୟବସ୍ଥା ।

ପ୍ରାୟ 45 ଡିଗ୍ରୀ ରୋଦ୍ର ତାତିରେ ଚାଲିଚାଲି ଯାଇ ନବୀନ ନିବାସ ନିକଟରେ ପହଁଚିଥିଲେ ବିଜେପି ବିଧାୟକ । ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ପୁଣି ଦେଖିବାକୁ ମିଳିଥିଲା ହାଇଡ୍ରାମା । ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ବିଜେପି ବିଧାୟକ । ଧାରଣାରତ ବିଜେପି ବିଧାୟକଙ୍କୁ ପାଛୋଟି ନେବାକୁ ପ୍ରଥମେ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ପରେ ଭୁବନେଶ୍ୱର ମାଡ଼ ବିଧାୟକ ଅନନ୍ତ ନାରାୟଣ ଜେନା, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ।

ସମସ୍ତେ ବିଫଳ ହେବା ପରେ ବାଧ୍ୟ ହୋଇ ନବୀନ ନିବାସ ବାହାରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ଧୁମ ଖରାରେ ମୁଖ୍ୟମନ୍ତ୍ରୀ ଘରୁ ବାହାରକୁ ଆସି ବିଜେପି ବିଧାୟକଙ୍କ ସହିତ କଥା ହୋଇଥିଲେ । ସେମାନଙ୍କୁ ଖରାରେ ନବସି ଘର ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଲୋଚନା ମାଧ୍ୟମରେ ଅଚଳାବସ୍ଥା ଦୁର କରିବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମ ପରେ ଧାରଣାରୁ ଉଠି ନବୀନ ନିବାସ ମଧ୍ୟକୁ ଯାଇଥିଲେ ବିଜେପି ବିଧାୟକ । ବିରୋଧୀଙ୍କ ଚାପରେ ଚେପା ହୋଇ ଅବା ସୌଜନ୍ୟତା ଦୃଷ୍ଟିରୁ ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ।

ଏହା ଭିତରେ ମଧ୍ୟ ରାଜନୈତିକ ବୟାନବାଜି ତେଜ ହୋଇଥିଲା । ବିଜେପି ବିଧାୟକ ନବୀନ ନିବାସ ଆସୁଥିବାରୁ କଟାକ୍ଷ କରିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ କହିଥିଲେ, ପାପ ଧୋଇବା ଲାଗି ନବୀନ ନିବାସ ଆସୁଛନ୍ତି ବିଜେପି ବିଧାୟକ । ଏହାର କଡା ଜବାବ ଦେଇଥିଲେ ବିଜେପି ବିଧାୟକ ମୋହନ ମାଝୀ । ଯାହାଙ୍କ ନାଁରେ 4 ଜଣଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଅଛି । ତାଙ୍କର ଏ ପରି ମନ୍ତବ୍ୟ ଦେବାର ନୈତିକତା ନାହିଁ । ଯଦି ଆମେ ପାପ ଧୋଇବାକୁ ଆସିଛୁ । ତେବେ ପ୍ରତାପ ମଧ୍ୟ ନିଜ କଲା କର୍ମର ପାପ ଧୋଇବାକୁ ଏଠାକୁ ଆସିଛନ୍ତି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ 45 ମିନିଟ ଆଲୋଚନା କରି ଫେରିଥିଲେ ବିଜେପି ବିଧାୟକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଆଜି ଯାହା ଘଟିଲା, ତାହା ଇତିହାସରେ ପ୍ରଥମ । ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ଇତିହାସରେ ପ୍ରଥମ । ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍ ଶୀଘ୍ର ବୈଠକ ବସିବ ଓ ଏଥିରୁ କିଛି ଫଳ ମିଳିବ ବୋଲି ଆଶା ରହିଛି । ଏହା ସହିତ ମଣ୍ଡିରୁ ସବୁ ଧାନ ଉଠିବ କଥାରେ ମୁଖ୍ୟମନ୍ତ୍ରୀ ହଁ କହିଲେ ବୋଲି ବିଷ୍ଣୁ କହିଛନ୍ତି ।

ସେପଟେ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟେଇବା ଲାଗି ଆମେ ବ୍ୟବସ୍ଥା କଲୁ । ସେହିପରି ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଲାଗି ବିଜେପି ବିଧାୟକ ବ୍ୟବସ୍ଥା କରନ୍ତୁ । କାରଣ ଧାନର ସହାୟକ ମୂଲ୍ୟ ବୃଦ୍ଧି ଲାଗି ଗତ 6 ବର୍ଷ ହେଲା ରାଜ୍ୟ ବିଧାନସଭାରେ ସର୍ବଦଳୀୟ କମିଟିରେ ନିଷ୍ପତ୍ତି ନିଆଯାଇଛି । କମିଟି ସଦସ୍ୟ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ ବିଫଳ ହୋଇଛନ୍ତି । ତୁରନ୍ତ ଏ ନେଇ ବ୍ୟବସ୍ଥା କଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ପ୍ରମିଳା କହିଛନ୍ତି ।

ସେପଟେ ଆଜି ଅପରାହ୍ନରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ସଫଳ ହୋଇଥିବା କଥା ସୂଚନା ମିଳିଛି । ୬ ଦିନ ଧରି ବିଧାନସଭାରେ ଚାଲିଥିବା ଛକାପଞ୍ଝା ଶାନ୍ତ ପଡ଼ିଛି । ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି । ଆସନ୍ତାକାଲି ଶୁକ୍ରବାର ଦିନ ୧୧ଟା ୩୦ରେ ଗୃହରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଣ୍ଡିରେ ଧାନ କିଣା ସ୍ଥିତି ନେଇ ମନ୍ତ୍ରୀ ଗୃହକୁ ଅବଗତ କରାଇବେ । ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି । ଗତ 6 ଦିନ ଧରି ଯେଉଁ ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ, ବାହାରେ ଉଠିଥିଲା ଓ ପଡିଥିଲା । ଏହି ହାଇ ଭୋଲ୍ଟେଜ ପଲିଟିକାଲ ଷ୍ଟଣ୍ଟ ଭିତରେ ରାଜ୍ୟର ଚାଷୀ ପ୍ରସଙ୍ଗ ଯେମିତି ପ୍ରାସଙ୍ଗିକତା ନହରାଉ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Mar 19, 2021, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.