ETV Bharat / city

‘ଉଚ୍ଚଶିକ୍ଷା ବିଭାଗର ଅତିରକ୍ତ ବ୍ୟୟ ଭାରକୁ କେନ୍ଦ୍ର ବହନ କରୁ’

author img

By

Published : Sep 21, 2019, 11:41 PM IST

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷା କମିଶନ ଗଠନ କରାଯାଉ । ଚିଠା ନୀତିରେ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଏକକ କିମ୍ବା ସ୍ବୟଂଶାସିତ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଉ । ପ୍ରତି ବିଶ୍ବବିଦ୍ୟାଳୟ ଅଧିନରେ ସର୍ବାଧିକ 50ଟି ଶିକ୍ଷାନୁଷ୍ଠାନ ରଖିବାକୁ ଓଡିଶାର ପ୍ରସ୍ତାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ୟୁରୋ ଚିଫ, ଭୁବନେଶ୍ବର

ନୂଆଦିଲ୍ଲୀ: ଚିଠା ଜାତୀୟ ଶିକ୍ଷା ନୀତିକୁ ନେଇ ଦିଲ୍ଲୀରେ ଚାଲିଥିବା ମାନସମନ୍ଥନରେ ରାଜ୍ୟ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରସ୍ତାବିତ ନୀତିରେ କେତେକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ରହିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସ୍ବାଗତ କରିଥିବା ବେଳେ କେତେକ ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଇ କେତେକ ସଂଶୋଧନ ପାଇଁ ସୁପାରିଶ କରାଯାଇଛି ।

ଚିଠା ନୀତିରେ ଗ୍ରସ ଏନରୋଲମେଣ୍ଟ ରେସିଓକୁ ବର୍ତ୍ତମାନର 27 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ଲକ୍ଷ୍ୟ କିଭଳି ପୂରଣ ହେବ ସେନେଇ କିଛି କୁହାଯାଇନି । ଧନ୍ଦାମୂଳକ ଶିକ୍ଷାର ବ୍ୟାପକତା ଅନ୍ୟତମ ଦିଗ ହୋଇପାରେ । କିନ୍ତୁ ଗ୍ରସ ଏନରୋଲମେଣ୍ଟ ବୃଦ୍ଧି କରିବାକୁ ଯାଇ ଶିକ୍ଷାର ମାନକୁ ପ୍ରଭାବିତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଏକକ କିମ୍ବା ସ୍ବୟଂଶାସିତ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏହାଦ୍ବାରା ଉଚ୍ଚଶିକ୍ଷାର ମାନ ପ୍ରଭାବିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି । ବରଂ ବର୍ତ୍ତମାନ ପ୍ରଚଳିତ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧନ ମାନ୍ୟତା ପ୍ରଦାନ ପ୍ରକ୍ରିୟା ଜାରି ରଖାଯିବା ଉଚିତ । ଅଧିକ ବିଶ୍ବବିଦ୍ୟାଳୟ ଖୋଲି ପ୍ରତି ବିଶ୍ବବିଦ୍ୟାଳୟ ଅଧିନରେ ସର୍ବାଧିକ 50ଟି ଶିକ୍ଷାନୁଷ୍ଠାନ ରଖାଯିବା ସହ ସେମାନଙ୍କୁ ଶିକ୍ଷାର ମାନ ନେଇ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଚିଠା ନୀତିରେ 2030 ସୁଦ୍ଧା ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ବହୁମୁଖୀ ଶୃଙ୍ଖଳା ଅନୁଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡକ୍ଟର ସାହୁଙ୍କ ମତରେ ଇତିହାସ, ପରିବେଶ ଓ ସାହିତ୍ୟ ଭଳି ବିଷୟ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପଢାଇଯାଇପାରିବ, କିନ୍ତୁ ଆଇନ କଲେଜରେ ଫାର୍ମାସି ପାଠ ପଢାନଯାଉ ବୋଲି ସେ କହିଛନ୍ତି । ଯେହେତୁ 93 ପ୍ରତିଶତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ପଢୁଛନ୍ତି, ଏନଆରଏଫ ପାଣ୍ଠିର ଅନ୍ୟୁତ 50 ପ୍ରତିଶତ ଅର୍ଥ ବିଶ୍ବବିଦ୍ୟାଳୟମାନଙ୍କୁ ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେହିଭଳି ଚିଠା ନୀତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷା କମିଶନ ଗଠନ କରିବାକୁ ପ୍ରସ୍ତାବ ଦେଇଛି । ଏଥିରେ ସବୁ ରାଜ୍ୟର ପ୍ରତିନିଧିତ୍ବ ନାହିଁ, ଅଳ୍ପ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଭାବେ ପ୍ରତିନିଧିତ୍ବ କରିବେ । ରାଜ୍ୟମାନେ ଉଚ୍ଚଶିକ୍ଷାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସର୍ବୋଚ୍ଚ କମିଟିରେ ସଦସ୍ୟ ଭାବେ ଗ୍ରହଣ କରିବାକୁ ଡକ୍ଟର ସାହୁ ପ୍ରସ୍ତାବ ଦେଇଛନ୍ତି ।

ଏହାଭିନ୍ନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟ ଉପରେ ପଡିବାକୁ ଥିବା ଅତିରିକ୍ତ ଆର୍ଥିକ ବୋଝ । ବର୍ତ୍ତମାନ ଓଡିଶା ଶିକ୍ଷାରେ ମୋଟ ବଜେଟରୁ 17ରୁ 18 ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛି । ସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଉଚ୍ଚଶିକ୍ଷା ବଜେଟର ଆକାର ଆହୁରି ବୃଦ୍ଧି ହେବ । ଏହାଦ୍ବାରା ଅନ୍ୟ ବିକାଶମୂଳକ ଯୋଜନା ପାଇଁ ବ୍ୟୟ ବରାଦ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହିଦୃଷ୍ଟିରୁ ପ୍ରସ୍ତାବିତ ଶିକ୍ଷା ନୀତି ଲାଗୁ କରାଗଲେ ରାଜ୍ୟମାନଙ୍କ ଉପରେ ପଡିବାକୁ ଥିବା ଅତିରିକ୍ତ ବୋଝକୁ କେନ୍ଦ୍ର ସରକାର ବହନ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.